Below header

ଦିଲ୍ଲୀ ପ୍ରଦୂଷଣ ନେଇ ଚିନ୍ତା ଜାହିର କଲେ ଭାରତୀୟ ଫୁଟବଲ ଦଳ ଅଧିନାୟକ ସୁନୀଲ ଛେତ୍ରୀ

ପ୍ରତିବର୍ଷ ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବଢିଯାଏ । ପୁରା ଏନସିଆର ଅଞ୍ଚଳ ଗ୍ୟାସ ଚାମ୍ବରରେ ପୂରିଯାଏ । ଦିଲ୍ଲୀର ଜନ ସାଧାରଣ ବିଷାକ୍ତ ବାୟୁ ପ୍ରଭାବରେ ଅସ୍ତ ବ୍ୟସ୍ତ ହୋଇପଡନ୍ତି । ଏଥିରୁ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବା ବାଦ ପଡନ୍ତେ କେମିତି । ଏଥି ନେଇ ବୁଧବାର ଦିନ ସୁନୀଲ ଛେତ୍ରୀ ବେଶ ଦୁଃଖ ପ୍ରକଟ କରିଛନ୍ତି । ଏହାକୁ ସେ ନିଜ ସୋସିଆଲ ଆକାଉଣ୍ଟରେ ଟ୍ୱିଟ ମଧ୍ୟ କରିଛନ୍ତି । ଏହା ସହ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରଦୂଷଣ ଉଭୟ ଖେଳାଳି ଓ ଖେଳ ଉପରେ ଗଭୀର ପ୍ରଭାବ ପକାଉଛି ।

sunil

ସୁନୀଲ କହିଛନ୍ତି କି ସେ ଦିଲ୍ଲୀର ହୋଇଥିଲେ ମଧ୍ୟ ଏଠାକାର ପ୍ରଦୂଷଣ ନେଇ ସେ ବେଶ ଚିନ୍ତିତ ହୋଇପଡିଛନ୍ତି । ଏହି କାରଣରୁ ସେ ଦିଲ୍ଲୀ ଯିବା ଆସିବା ମଧ୍ୟ ବେଶ କମ କରିଦେବା କଥା କହିଛନ୍ତି । ଯେବେ ସେମାନଙ୍କ ଖେଳ ଥାଏ ସେମାନେ କେବଳ ତା ପୂର୍ବ ଦିନ ହିଁ ଆସିଥାନ୍ତି । ଯାହା ଦ୍ୱାରା ସେମାନଙ୍କୁ ବେଶୀ ସମୟ ଦିଲ୍ଲୀରେ ରହିବାକୁ ପଡ଼ିବନି । ଏହାର ବିଷାକ୍ତ ପବନରେ ତାଙ୍କ ଆଖି ମଧ୍ୟ ବେଶ ପୋଡିଥାଏ । କିଛି ବିଦେଶୀ ଖେଳାଳି ମୁହଁରେ ମାସ୍କ ମଧ୍ୟ ବାନ୍ଧିଥାନ୍ତି ବୁଲିଅଥାନ୍ତି ।

ଏହା ସହ ପଢନ୍ତୁ: ବଢ଼ିବାରେ ଲାଗିଛି ବାଂଲାଦେଶର ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ଙ୍କ ଅଡୁଆ

ବହୁ ଲୋକ ମଧ୍ୟ ଦୀପାବଳି ସମୟରେ ଦିଲ୍ଲୀ ଆସିବାକୁ ଭୟ କରନ୍ତି । ତେଣୁ ଆମ ସମସ୍ତଙ୍କୁ ଏଥି ପାଇଁ ସତର୍କ ହୋଇ ପଦକ୍ଷପ ନେବା ଉଚିତ । ଯାହା ଦ୍ୱାରା ଭବିଷ୍ୟତରେ ଦିଲ୍ଲୀ ବାସୀଙ୍କୁ ବେଶୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.