ରାଜ୍ୟର ଶିଶୁ ସେବା ଅନୁଷ୍ଠାନଗୁଡିକର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ଶିଶୁ ସେବା ଅନୁଷ୍ଠାନଗୁଡିକର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା। ଜିଲ୍ଲାଗୁଡିକର ଆବଶ୍ୟକତା ଭିତ୍ତିରେ ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଘୋଷଣା କରିଛନ୍ତି। ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନଗୁଡିକରେ ରହୁଥିବା ଶିଶୁମାନଙ୍କ ମଙ୍ଗଳ ପାଇଁ ରେଡ୍‌କ୍ରସ ସୋସାଇଟି ଜରିଆରେ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ। ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ସମ୍ବଲପୁର ଭଳି ଜିଲ୍ଲାଗୁଡିକରେ ଅତିରିକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଜିଲ୍ଲାଗୁଡିକ ପାଇଁ ଅଧିକ ୧୦ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି। ଦୀପାବଳି ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏସ୍‌ଓଏସ୍‌ ଭିଲେଜ ପରିଦର୍ଶନ କରି ପିଲାଙ୍କ ସହ ଦୀପାବଳି ପାଳନ କରିଥିଲେ। ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିଶୁ ସେବା ଅନୁଷ୍ଠାନ ପରିଦର୍ଶନ କରି ପିଲାଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବା ସହ ଭଲମନ୍ଦ ବୁଝିବାକୁ ନିର୍ଦ୍ଦେଶ ଦେଇଥିଲେ। ପିଲମାନଙ୍କ ମତାମତକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ଶିଶୁ କଲ୍ୟାଣ ସଂସ୍ଥାଗୁଡିକର ଉନ୍ନତି ପାଇଁ ରେଡ୍‌କ୍ରସ ସୋସାଇଟି ଶାଖାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

 

Leave A Reply

Your email address will not be published.