Below header

କିପରି ମରିଥିଲା ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ୍‌ ବାଗଦାଦୀ ? ଆମେରିକା ଜାରି କଲା ଅପରେସନ୍‌ର ଭିଡିଓ

କେନ୍ୟୁଜ୍ : କିପରି ମରିଥିଲା ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ୍‌ ବାଗଦାଦୀ ? ଆତଙ୍କୀର ଖଳନାୟକକୁ ମାରିବାକୁ କିପରି ଜାଲ ବିଛାଇଥିଲା ଆମେରିକା ସେନା ? ଅବୁ ବକର ଅଲ୍‌ ବାଗଦାଦୀ ମୃତ୍ୟୁର ଚାରି ଦିନ ପରେ ଆମେରିକା କମାଣ୍ଡୋ ଅପରେସନ୍‌ର ଏକ ଭିଡିଓ ସାମ୍‌ନାକୁ ଆସିଛି ।

ସିରିଆରେ ଆମେରିକା ସୈନ୍ୟ ଯେଉଁ ଅପରେସନ୍‌ କରିଥିଲେ ତାହାର କିଛି ଅଂଶର ଭିଡିଓ ଜାରି କରିଛି ଆମେରିକା । ଏଥିରେ ଆମେରିକା ସୈନ୍ୟ ବାଗ୍‌ଦାଦି ରହୁଥିବା ସ୍ଥାନକୁ ଯାଉଛନ୍ତି । ଏହି ଭିଡିଓରେ ଆମେରିକା ସୈନ୍ୟ ଏୟାରକ୍ରାଫ୍ଟ ଦ୍ୱାରା କରିଥିବା ଫାୟାରିଂର ଭିଡିଓ ମଧ୍ୟ ରହିଛି । ଚାରି ଦିନ ତଳେ ଆମେରିକା କମାଣ୍ଡୋ ଅପରେସନ୍‌ରେ ବାଗ୍‌ଦାଦିର ମୃତ୍ୟୁ ହୋଇଥିଲା ।

ଏହାସହ ପଢନ୍ତୁ:

ଆମେରିକା ସେନା ଅପରେସନରେ ମୃତ ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍‌ଦାଦିକୁ ନେଇ ବଡ ଖୁଲାସା

ଆମେରିକା କମାଣ୍ଡୋ ଘେରିଯିବା ଫଳରେ ତିନି ପୁଅଙ୍କ ସହ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲା ବାଗ୍‌ଦାଦି । ଅବୁ ବକର ଅଲ ବାଗଦାଦୀର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.