ବଲାଙ୍ଗିର: କାଳୀପୂଜାର ଶେଷ ଦିନରେ ନରବଳି ଅଭିଯୋଗ, ମନ୍ଦିର ନିକଟ କୂଅରୁ ମୃତଦେହ ଉଦ୍ଧାର

ବଲାଙ୍ଗିର(କେନ୍ୟୁଜ୍): କାଳୀପୂଜାର ଶେଷ ଦିନରେ ନରବଳି ଅଭିଯୋଗ। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ସାଲେପଡ଼ା ଗାଁରୁ। ଗାଁରେ ଥିବା କାଳୀ ମନ୍ଦିର ନିକଟ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ କାଳୀ ମନ୍ଦିରର ମୁଖ୍ୟ ପୂଜକଙ୍କ ସହଯୋଗୀ ଭୁଜବଲ ଭୋଇ। ତାଙ୍କୁ ହତ୍ୟା କରାଯାଇଥିବା ଭୁଜବଲଙ୍କ ପୁଅ ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। କାଳୀପୂଜାର ଶେଷ ଦିନରେ ଭୁଜବଲ ପୂଜାରେ ଯୋଗଦେଇ ମନ୍ଦିରରେ ରାତ୍ରିଯାପନ କରିଥିଲେ। ହେଲେ ସକାଳୁ କୂଅରେ କିଛି ଭାସୁଥିବା ଦେଖି ଜଣେ ଗାଇ ଚରାଳି ଗାଁଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ତାଙ୍କୁ ପୋଲିସ ବୁଝାସୁଝା ପରେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିଲା। ତେବ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.