Below header

ଆଜିଠାରୁ ରାଜ୍ୟର ମାନ୍ୟତା ହରାଇଲା ଜମ୍ମୁ କଶ୍ମୀର, ଲଦାଖର ଲେପ୍ଟେନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ଗ୍ରହଣ କଲେ ଆର.କେ ମାଥୁର

ଜମ୍ମୁ କଶ୍ମୀର: ଆଜିଠାରୁ ରାଜ୍ୟର ମାନ୍ୟତା ହରାଇଲା ଜମ୍ମୁ କଶ୍ମୀର । ରାଜ୍ୟ ବିଭାଜନ ହୋଇ ଅଂଚଳ ଜମ୍ମୁ କଶ୍ମୀର ଏବଂ ଲଦାଖ ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି । ଗିରୀଶ ଚନ୍ଦ୍ର ମୁର୍ମୁ ହେବେ ଜମ୍ମୁ କଶ୍ମୀରର ଲେପ୍ଟେନାଣ୍ଟ ଗଭର୍ଣ୍ଣର । ସେହିପରି ଆର.କେ ମାଥୁର ହେବେ ଲଦାଖ ଲେପ୍ଟେନାଣ୍ଟ ଗଭର୍ଣ୍ଣର । ଆଜି ଶ୍ରୀନଗରରେ ଶପଥ ଗ୍ରହଣ କରିବେ ଗିରୀଶ ଚନ୍ଦ୍ର ମୁର୍ମୁ । ଲେହରେ ଶପଥ ଗ୍ରହଣ କରିଛନ୍ତି ଆର. କେ ମାଥୁର । ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ଜମ୍ମୁ କଶ୍ମୀର ରିଅର୍ଗାନାଇଜେସନ ବିଲ ୨୦୧୯ ମୁତାବକ ଅକ୍ଟୋବର ୩୧ରୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ସୃଷ୍ଟି ହେବ । ତିନି ମାସ ତଳେ ଏହି ବିଲ୍‌ ସଂସଦରେ ଗୃହୀତ ହୋଇଥିଲା । ପୂର୍ବରୁ ଅନେକ ଉଦାହରଣ ଅଛି ରାଜ୍ୟକୁ ଭାଙ୍ଗି ନୂଆ ରାଜ୍ୟ ସୃଷ୍ଟି କରାଯାଇଛି । ଏଥର ଦେଶରେ ପ୍ରଥମ ଥର ପାଇଁ କୌଣସି ଗୋଟିଏ ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରାଯାଇଛି । ବର୍ତ୍ତମାନ ଦେଶରେ ରାଜ୍ୟ ସଂଖ୍ୟା ୨୮କୁ ହ୍ରାସ ପାଇଥିବା ବେଳେ କେନ୍ଦ୍ର ଶାସିତ ଅଂଚଳ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.