Below header

ଖାଲି ପଡ଼ିଆରେ ନୁହେଁ ଘରେ ବି ଅଲ୍‌ରାଉଣ୍ଡର ପାଣ୍ଡ୍ୟା, ପୁଅକୁ କୋଳରେ ଶୁଆଇ କ୍ଷୀର ପିଆଉଥିବାର ଫଟୋ ହେଉଛି ଭାଇରାଲ

ଭାରତୀୟ କ୍ରିକେଟ୍‌ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ପାଖାପାଖି ୪ମାସ ପରେ ଘରକୁ ଫେରିଛନ୍ତି ହାର୍ଦ୍ଦିକ । ୟୁଏଇରେ ହୋଇଥିବା ଆଇପିଏଲରେ ଖେଳିବା ପରେ ହାର୍ଦ୍ଦିକ ସେଠାରୁ ସିଧା ଅଷ୍ଟ୍ରେଲିଆ ଅଭିଯାନ ପାଇଁ ବାହାରି ପଡ଼ିଥିଲେ।
ଅଷ୍ଟ୍ରେଲିଆ ବିପକ୍ଷରେ ଟି-20 ସିରିଜ ଜିତିବା ପରେ ପାଣ୍ଡ୍ୟା କହିଥିଲେ ଯେ ତାଙ୍କୁ ତାଙ୍କ ପୁଅ ଅଗସ୍ତ୍ୟ କଥା ମନେ ପଡ଼ୁଛି ଏବଂ ସେ ଟେଷ୍ଟ୍ ସିରିଜ ପୂର୍ବରୁ ଘରକୁ ଫେରିବାକୁ ଚାହୁଁଛନ୍ତି। ଏବେ କିନ୍ତୁ ପାଣ୍ଡ୍ୟା ଘରକୁ ଫେରିଛନ୍ତି ଏବଂ ନିଜ ପୁଅ ସହ କ୍ବାଲିଟି ଟାଇମ୍‌ ବିତାଉଛନ୍ତି।

pandyaaaa1ସେ କେତେବେଳେ ପୁଅ ସହ ଖେଳୁଛନ୍ତି ତ କେତେବେଳେ ତାକୁ କୋଳରେ ଶୁଆଇ କ୍ଷୀର ପିଆଉଛନ୍ତି। ଏବେ ପାଣ୍ଡ୍ୟାଙ୍କର ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପାଣ୍ଡ୍ୟା ପୁଅକୁ କୋଳରେ ଧରି କ୍ଷୀର ପିଆଉଛନ୍ତି। ଏହି ଫଟୋକୁ ପୋଷ୍ଟ କରି ପାଣ୍ଡ୍ୟା ଏକ କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି।

pandyaପାଣ୍ଡ୍ୟା ଲେଖିଛନ୍ତି ଯେ ସେ ଦେଶ ପାଇଁ ଖେଳିବା ପରେ ଏବେ ବାପାଙ୍କ ଦାୟିତ୍ବ ତୁଲାଉଛନ୍ତି। ସେ କ୍ୟାପସନ୍ ଦେଇଛନ୍ତି ଯେ ‘ଜାତୀୟ କର୍ତ୍ତବ୍ୟରୁ ବାପାର କର୍ତ୍ତବ୍ୟ।’  ଏବେ କିନ୍ତୁ ପାଣ୍ଡ୍ୟାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍ସ ବି ପାଣ୍ଡ୍ୟାଙ୍କର ଏହି ନୂଆ ରୂପ ଦେଖି ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.