Below header

କିଏ ଏହି ମାହସିନ୍‌ ଫଖରୀଜାଦେହ୍‌ ? ଜାଣନ୍ତୁ କେମିତି କରାଯାଇଥିଲା ତାଙ୍କୁ ହତ୍ୟା..

ଇରାନର ବରିଷ୍ଠ ପରମାଣୁ ବୈଜ୍ଞାନିକ ମାହସିନ୍‌ ଫଖରୀଜାଦେହ୍‌ଙ୍କୁ ଗତମାସରେ କରାଯାଇଥିଲା ଅମାନବୀୟ ହତ୍ୟା । ମାସେ ପରେ ସାମନାକୁ ଆସିଲା, କେମିତି ହୋଇଥିଲା ହତ୍ୟା । ହତ୍ୟାକାରୀ ଅତି ଜଘନ୍ୟ ଭାବେ ତାଙ୍କୁ ହତ୍ୟା କରିଥିଲେ । ତେବେ ଏହି ହତ୍ୟା ପଛରେ ଇସ୍ରାଏଲକୁ ଦାୟୀ କରିଛି ଇରାନ ସରକାର । ସେ ନିଜେ କାର ଡ୍ରାଇଭିଂ କରି ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଆଉ ଏଥିରେ ବ୍ୟବହାର ହୋଇଥିଲା ସାଟେଲାଇଟ ମେସିନ ଗନ୍‌ । ଯାହାଦ୍ୱାରା ଜୁମ୍‌ କରାଯାଇ ଆକ୍ରମଣ କରାଯାଇଥିଲା ।

ସାଟେଲାଇଟ୍‌ ମେସିନ ଗନ୍‌ ଦ୍ୱାରା ୧୩ ରାଉଣ୍ଡ ଫାୟାର କରାଯାଇଥିଲା । ମେସିନ ଗନ୍‌କୁ ୧୬୪ ୟାର୍ଡ ଦୂରରେ ଥିବା ଏକ ଟ୍ରକରେ ରଖାଯାଇଥିଲା । ଟ୍ରକରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ହୋଇଥିଲା । ଏତେ ଦୂରରେ ଥାଇ ସାଟେଲାଇଟ ମେସିନ ଗନ୍‌ ଦ୍ୱାରା ଟାର୍ଗେଟ କରାଯାଇଥିଲା । ରିମୋର୍ଟ କଣ୍ଟ୍ରୋଲ ଦ୍ୱାରା ଟାର୍ଗେଟ କରି ଆକ୍ରମଣ ହୋଇଥିଲା ।

ମାହସିନ୍‌ଙ୍କ ସୁରକ୍ଷାରେ ୧୧ ଜଣ ସୁରକ୍ଷାକର୍ମୀ ଥିଲେ । ଏହି ସମୟରେ ଫଖରୀଜାଦେହଙ୍କ ପତ୍ନୀ ମଧ୍ୟ ଗାଡିରେ ବସିଥିଲେ । ହେଲେ ତାଙ୍କୁ ଆକ୍ରମଣ ହୋଇନଥିଲା । ତେହେରାନ ନିକଟ ଅବସର୍ଡରେ ଆକ୍ରମଣ ପରେ ଡାକ୍ତରଖାନାରେ ଫଖରୀଜାଦେହଙ୍କ ମୃତ୍ୟୁ ହୋଇଥିଲା । ଫଖରୀଜାଦେହ୍‌ ଇରାନର ବରିଷ୍ଠ ବୈଜ୍ଞାନିକ ତଥା ଇସଲାମିକ ଗାର୍ଡ କର୍ପସର ବରିଷ୍ଠ ଅଧିକାରୀ ଥିଲେ । ଇରାନର ଆଣବିକ କାର୍ଯ୍ୟକ୍ରମରେ ତାଙ୍କର ବଡ଼ ଭୂମିକା ଥିଲା । ତେବେ ବର୍ତ୍ତମାନ ସାଟେଲାଇଟ ମେସିନ ଗନ୍‌କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.