ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଶୋଇବାର ଏହି ୧୮ଟି ନିୟମ, କ’ଣ ଆପଣ ବି ଏମିତି ଶୋଉଛନ୍ତି କି

ଭାରତୀୟ ଶାସ୍ତ୍ର ଅନୁସାରେ, ଶୋଇବାର ଅନେକ ନିୟମ ଅଛି। ଯଦି ଏହି ସବୁ ନିୟମକୁ ପାଳନ କରି ଆମେ ଶୟନ କରିବା, ତେବେ ଜୀବନରେ କୌଣସି ବି ସମସ୍ୟା ଆସିବ ନାହିଁ। ଆସନ୍ତୁ ଜାଣିବା ଶୋଇବା ସମୟରେ କେଉଁ କେଉଁ ନିୟମକୁ ପାଳନ କରିବା ଉଚିତ।

୧. ମନୁସ୍ମୃତି ଅନୁସାରେ, ଦେବ ମନ୍ଦିର ଏବଂ ଶ୍ମଶାନରେ ଶୋଇବା ଉଚିତ ନୁହେଁ।

୨. ବିଷ୍ଣୁସ୍ମୃତି ଅନୁସାରେ, କୌଣସି ଶୋଇଥିବା ବ୍ୟକ୍ତିକୁ ହଠାତ ଉଠାଇବା ଉଚିତ ନୁହେଁ।

୩. ଚାଣକ୍ୟ ନୀତି ଅନୁସାରେ, ବିଦ୍ୟାର୍ଥୀ, ଚାକର ଏବଂ ଦ୍ୱାରପାଳ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଶୋଇଛନ୍ତି, ତା’ହେଲେ ସେମାନଙ୍କୁ ଉଠାଇ ଦେବା ଉଚିତ।

sleep2

୪. ଦେବୀ ଭାଗବତ ଅନୁସାରେ, ନିଜର ଆୟୁ ରକ୍ଷା ପାଇଁ ସୁସ୍ଥ ମଣିଷ ବ୍ରାହ୍ମ ମୁହୂର୍ତ୍ତରୁ ଉଠିବା ଦରକାର।

୫. ପଦ୍ମ ପୁରାଣ ଅନୁସାରେ, କେବେ ବି ଅନ୍ଧାର ଘରେ ଶୋଇବା ଉଚିତ ନୁହେଁ।

୬. ଅତ୍ରି ସ୍ମୃତି ଅନୁସାରେ, ଓଦା ଗୋଡ଼ରେ ଶୋଇବା ଉଚିତ ନୁହେଁ। ଶୁଖିଲା ଗୋଡ଼ରେ ଶୋଇଲେ ଲକ୍ଷ୍ମୀ(ଧନ) ପ୍ରାପ୍ତି ହୋଇଥାଏ।

୭. ମହାଭାରତରେ ବର୍ଣ୍ଣିତ ଯେ ଭଙ୍ଗା ଖଟ ଏବଂ ଅଇଁଠା ମୁହଁରେ ଶୋଇବା ବାର୍ଜିତ।

୮. ଗୌତମ ଧର୍ମସୂତ୍ର ଅନୁସାରେ, ନଗ୍ନ ହୋଇ ଶୋଇବା ଉଚିତ ନୁହେଁ।

sleep3

୯. ଆଚାର୍ଯ୍ୟମୁଖ ଅନୁସାରେ, ପୂର୍ବକୁ ମୁଣ୍ଡ କରି ଶୋଇଲେ ବିଦ୍ୟା, ପଶ୍ଚିମକୁ ମୁଣ୍ଡ କରି ଶୋଇଲେ ପ୍ରବଳ ଚିନ୍ତା, ଉତ୍ତର ଆଡ଼କୁ ମୁଣ୍ଡ କରି ଶୋଇଲେ ହାନି ବା ମୃତ୍ୟୁ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଧନ ବା ଆୟୁ ପ୍ରାପ୍ତି ହୋଇଥାଏ।

୧୦. ଦିନରେ କେବେ ବି ଶୋଇବା ଉଚିତ ନୁହେଁ। କିନ୍ତୁ ଜ୍ୟେଷ୍ଠ ମାସର ଦ୍ଵିପ୍ରହର ସମୟରେ ଗୋଟିଏ ମୁହୂର୍ତ୍ତ ଅର୍ଥାତ ୪୮ ମିନିଟ ପାଇଁ ସୁଆଯାଇପାରିବ।

୧୧. ବ୍ରହ୍ମବୈଭର୍ତ୍ତ ପୁରାଣ ଅନୁସାରେ, ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଉଥିବା ଲୋକ ରୋଗୀ ଏବଂ ଦରିଦ୍ର ହୋଇଯାଇଥାଏ।

୧୨. ସୂର୍ଯ୍ୟାସ୍ତର ଗୋଟିଏ ପ୍ରହର ଅର୍ଥାତ ପାଖାପାଖି ୩ ଘଣ୍ଟା ପରେ ଶୋଇବା ଉଚିତ।

eat

୧୩. ବାମ ପଟକୁ ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ।

୧୪. ଲଲାଟରେ ତିଳକ ଲଗାଇ ଶୋଇବା ଅଶୁଭ ଅଟେ। ତେଣୁ ଶୋଇବା ସମୟରେ ତିଳକ ହଟାଇ ଦିଅନ୍ତୁ।

୧୫. ଛାତି ଉପରେ ହାତ ରଖି ଏବଂ ଗୋଡ଼ ଉପରେ ଗୋଡ଼ ରଖି ଶୁଅନ୍ତୁ ନାହିଁ।

୧୬. ଶଯ୍ୟା ଉପରେ ବସି ଖାଇବା, ପିଇବା ଉଚିତ ନୁହେଁ।

୧୭. ଶୋଇ ଶୋଇ ପଢ଼ିବା ଉଚିତ ନୁହେଁ।

୧୮. ଦକ୍ଷିଣ ଦିଗକୁ ଗୋଡ଼ କରି କେବେ ବି ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ମୃତ୍ୟୁ ନଚେତ ଅସଂଖ୍ୟ ରୋଗ ମାଡ଼ି ଆସିଥାଏ। ତାହା ଯମଙ୍କ ନିବାସ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.