Below header

ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା, ଦୁର୍ଘଟଣା ପରେ ଜଳିଗଲା କାର୍‌; ବାଇକ୍‌ ଆରୋହୀ ମୃତ

କେନ୍ୟୁଜ ବ୍ୟୁରୋ : ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ । ଏହାପରେ କାରରେ ଅଗ୍ନିକାଣ୍ଡ ହୋଇଥିଲା । ରାସ୍ତା ଉପରେ ହୁ ହୁ ହୋଇ ଜଳାଗଲା କାର୍‌ । ବାଇକ୍‌ ବି ଜଳିଯାଇଛି । ଜଗତସିଂହପୁର ଜିଲ୍ଲା କଟକ-ପାରଦୀପ ରାସ୍ତାର ରଘୁନାଥପୁର ଗୋପାଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । କାରଟି ଜଳିଯାଇଥିଲେ ବି ଏଥିରେ ଥିବା ଡ୍ରାଇଭରଙ୍କ ଜୀବନ ବଞ୍ଚାଯାଇଛି । ରଘୁନାଥପୁର ବଜାର ନିକଟରେ ବାଇକ୍‌ ଓ କାର ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.