ବ୍ରହ୍ମପୁରରେ ବାଲ୍ୟବିବାହ ରୋକିଲା ପୋଲିସ, ଘଟଣାସ୍ଥଳରୁ ନାବାଳିକା ଉଦ୍ଧାର ବର ଚମ୍ପଟ

କେନ୍ୟୁଜ ବ୍ୟୁରୋ : ବାଲ୍ୟବିବାହ ରୋକିଲା ପୋଲିସ। ବ୍ରହ୍ମପୁର ଚାଇଡ୍‌ ଲାଇନ ଓ ଗୋପାଳପୁର ଥାନା ପୋଲିସ ମିଳିତ ଭାବେ ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛନ୍ତି। ଆଜି ସକାଳେ ବ୍ରହ୍ମପୁର ଉପକଣ୍ଠ ଧବଳେଶ୍ୱର ମନ୍ଦିର ପରିସରରେ ଏକ ନାବାଳିକା ଝିଅର ବାହଘର ପାଇଁ ପ୍ରସ୍ତୁତି ଚାଲିଥିଲା । ଖବର ପାଇ ପୋଲିସ ଓ ଚାଇଲ୍‌ଡ ଲାଇନ ସେଠାରେ ଚଢାଉ କରିଥିଲେ।

ମନ୍ଦିର ପରିସରରୁ ନାବାଳିକାକୁ ଚାଇଲଡ ଲାଇନ ଉଦ୍ଧାର କରିଥିବା ବେଳେ ବର ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଗତବର୍ଷ ମଧ୍ୟ ସଂପୃକ୍ତ ନାବାଳିକାଙ୍କ ବିବାହକୁ ରୋକି ୧୮ ବର୍ଷ ନହେବା ପର୍ଯ୍ୟନ୍ତ ବିବାହ ନକରାଇବାକୁ ବାରଣ କରାଯାଇଥିଲା। ନାବାଳିକାର ପରିବାର ବର୍ଗଙ୍କ ସହ କାଉନସିଲିଂ କରି ବୟସ ନ ହେବା ପର୍ଯ୍ୟନ୍ତ ବିବାହ ନ କରିବାକୁ ପରାମର୍ଶ ଦିଆଯିବ ବୋଲି ଚାଇଡଲାଇନ ପକ୍ଷରୁ କୁହାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.