Below header

ଜନ୍ମଦିନ ହେଲା ଶେଷ ଦିନ, ସାଙ୍ଗମାନଙ୍କୁ ବାର୍ଥଡେ ପାର୍ଟି ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

କଳାହାଣ୍ଡି: ପିକଅପ୍ ମ୍ୟାଜିକ ଭ୍ୟାନ୍ ଧକ୍କାରେ ବାଇକ୍ ଆରୋହୀ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଧଅଁରାଭଟାଠାରେ ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ୍ ଫଳରେ ବାଇକ ଆରୋହିଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି । ଭବାନୀପାଟଣା ଥାନା କୁଟ୍ରୁଖମାର ଗାଁର ମାନସ ବେହେରା ବିଶ୍ୱନାଥପୁରରୁ ଲାଞ୍ଜିଗଡ ପଟେ ଏକ ବାଇକରେ ଯାଉଥିବାବେଳେ ଲାଞ୍ଜିଗଡ ପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ମୃତ ମାନସଙ୍କ ଆଜି ଜନ୍ମଦିନ ଥିଲା ଓ ଆଜି ସନ୍ଧ୍ୟା ସମୟରେ ଲାଞ୍ଜିଗଡରେ ସେ କାମ କରୁଥିବା ଗ୍ୟାରେଜକୁ ଯାଇ ସେଠାରେ ସାଙ୍ଗ ମାନଙ୍କୁ ପାର୍ଟି ଦେଇ ଥାଆନ୍ତେ ହେଲେ କିଏବା ଜାଣିଥିଲା ଏହି ଜନ୍ମ ଦିନ ହିଁ ତାଙ୍କର ମୃତ୍ୟୁର ଦିନ ହେବ । ଲାଞ୍ଜିଗଡରୁ କନ୍ୟା ଛାଡି ଫେରୁଥିବା ଏକ ପିକଅପ ମ୍ୟାଜିକ ଭ୍ୟାନଟି ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା ଯାହାଫଳରେ ଘଟିଯାଇଥିଲା ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣା ସ୍ଥ କୁ ଯାଇ ଶବ ଉଦ୍ଧାର କରିବା ସହିତ ଦୁର୍ଘଟଣା ଘଟାଇଥିବା ପିକଅପ୍ ଓ ତାର ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.