ଦଳ ଯେଉଁ ସ୍ଥାନରେ ଚାହିଁବ, ସେହି ସ୍ଥାନରେ ବ୍ଯାଟିଂ କରିବାକୁ ପ୍ରସ୍ତୁତ ବୋଲି କହିଲେ ରୋହିତ ଶର୍ମା

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତ ରହିଛି ଟିମ ଇଣ୍ଡିଆ । ଆହତ କାରଣରୁ ଟିମରୁ ବାହାରେ ଥିବା ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏଥିମଧ୍ୟରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଟେଷ୍ଟ ସିରିଜରେ ରୋହିତଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ କ୍ରିକେଟ ପ୍ରଶଂସକଙ୍କ ପ୍ରଶ୍ନ ହେଉଛି ରୋହିତ କେତେ ନମ୍ବରରେ ବ୍ୟାଟିଂ କରିବେ ?

ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ଭାରତ ଫେରିବେ । ତେବେ ରୋହିତଙ୍କୁ ଦଳର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ବର ପୂଜାରାଙ୍କ ସହ ବଡ ଭୂମିକା ତୁଲାଇବାକୁ ପଡିବ । ପିଟିଆଇକୁ ରୋହିତ ଶର୍ମା ଦେଇଥିବା ମନ୍ତବ୍ୟରେ କହିଛନ୍ତି ଯେ, ଟିମ ଯେତେବେଳେ ଚାହିଁବ ଏବଂ ଯେଉଁ ସ୍ଥାନରେ ଖେଳିବାକୁ କହିବ ସେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି, ବେଙ୍ଗାଲୁରୁ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଷ୍ଟେନଥ୍ ଏବଂ କକଣ୍ଟିସନିଂ ଟ୍ରେନିଂ ପରେ ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ବୋଲି ସୂଚନା ଦେଇଛନ୍ତି । ତେବେ ଏହାରି ଭିତରେ ଟିମ ମ୍ୟାନେଜମେଣ୍ଟେ ତାଙ୍କୁ କେଉଁସ୍ଥାନରେ ଖେଳାଇବ ତାହା ନିଷ୍ପତ୍ତି ନେଇ ଥାଇପାରେ ବୋଲି ରୋହିତ କହିଛନ୍ତି ।

rohit sharma

ରୋହିତ ଶର୍ମା କହିଛନ୍ତି ଯେ, ବିରାଟ କୋହଲିଙ୍କ ସ୍ଥାନରେ ଦଳରେ କିଏ ସାମିଲ ହେବେ ତାହା ଚୟନକର୍ତ୍ତା ନିଷ୍ପତ୍ତି ନେଇସାରିଥିବେ। ଆଇପିଏଲ ବେଳେ ରୋହିତଙ୍କୁ ହେମଷ୍ଟ୍ରିଙ୍ଗରେ ସାମାନ୍ୟ ଆଘାତ ଲାଗିଥିଲା । ରୋହିତ କହିଛନ୍ତି, ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସ୍ପଷ୍ଟ ହୋଇଯିବ ଯେ ସେ କେଉଁସ୍ଥାନରେ ଖେଳିବେ । କିନ୍ତୁ ସେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.