Below header

ଅଷ୍ଟ୍ରେଲିଆ ମିଡିଆର ଖୁଲାସା, ବ୍ଲାକରେ ୫୦ ଗୁଣା ଅଧିକ ଦାମରେ ବିକ୍ରି ହେଉଛି ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ୧୬ ଅକ୍ଟୋବରରୁ ଆରମ୍ଭ ହେବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ମେଲବର୍ଣ୍ଣ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି। ଆଉ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୩ ଅକ୍ଟୋବରରେ ଟକ୍କର ହେବ। ତେବେ ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟ ମୁତାବକ, ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ୫୦ ଗୁଣ ଅଧିକ ଦାମରେ କିଣିଛନ୍ତି ଅନେକ ଫ୍ୟାନ୍ସ। ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ବ୍ଲାକ ଟିକେଟ ମାର୍କେଟିଂ କରୁଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ଖବର ଅନୁଯାୟୀ, ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ଟିକେଟ ବ୍ଲାକ ମାର୍କେଟିଂ କରୁଛନ୍ତି। ଦୁହେଁ ପାରମ୍ପରିକ ପ୍ରତିଦ୍ୱନ୍ଦୀ ୨୩ ଅକ୍ଟୋବରରେ ପରସ୍ପର ମୁହାଁମୁହିଁ ହେବେ। ଏହି ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଟିକେଟର ଚାହିଦା ବଢୁଥିବା ଯୋଗୁଁ ଟିକେଟ ବ୍ଲାକ୍‌ ହେଉଛି। ଏହା ପୂର୍ବରୁ ଅଫିସିଆଲ ଭାବେ ଭାରତ ଏବଂ ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ବିକ୍ରି ମାତ୍ର ୫ ମିନିଟରେ ସରିଯାଇଥିଲା।

ତେବେ ଟି-୨୦ ବିଶ୍ୱକପ୍‌ ୨୦୨୨ର ମିଡିଆ ମ୍ୟାନେଜର ମ୍ୟାକ୍ସ ଏର୍ବଟ କହିଛନ୍ତି, ଏପର୍ଯ୍ୟନ୍ତ ଅଫିସିଆଲି ଭାବେ କୌଣସି ଅଭିଯୋଗ ହୋଇନାହିଁ। ତେବେ ଏଭଳି ଅଭିଯୋଗ କେବଳ ଶୁଣିବାକୁ ମିଳିଛି ବୋଲି ସେ କହିଛନ୍ତି। ତେବେ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ବହୁତ ଚାହିଦା ରହିଛି ବୋଲି ମିଡିଆ ମ୍ୟାନେଜର କହିଛନ୍ତି।

ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି । ତେବେ କ୍ୱାଲିଫାଇଂ ମ୍ୟାଚ୍ ପରେ ଆଉ ଦୁଇଟି ଟିମ୍ ଏହି ଗ୍ରୁପରେ ଯୋଗ ଦେବେ ।

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଦଳ:

ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟକମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ

ସେହିପରି ଷ୍ଟାଣ୍ଡବାଏ ଖେଳାଳି ଭାବେ ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର

ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ :

୧୭ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ(ଓ୍ଵାର୍ମ ଅପ୍‌ ମ୍ୟାଚ)

୧୯ ଅକ୍ଟୋବର: ଭାରତ ବନାମ ନ୍ୟୁଜିଲାଣ୍ଡ(ଓ୍ଵାର୍ମ ଅପ୍‌ ମ୍ୟାଚ୍‌)

୨୩ ଅକ୍ଟୋବର: ଭାରତ ବନାମ ପାକିସ୍ତାନ

୨୭ ଅକ୍ଟୋବର: ଭାରତ ବନାମ ଏ୨

୩୦ ଅକ୍ଟୋବର: ଭାରତ ବନାମ ସାଉଥ ଆଫ୍ରିକା

୨ ନଭେମ୍ବର: ଭାରତ ବନାମ ବାଲାଂଦେଶ

୬ ନଭେମ୍ବର: ଭାରତ ବନାମ ବି ୧

Also Read : ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଲେ ଦୀପକ ଚହର, ଓ୍ଵାଶିଂଟନ ସୁନ୍ଦରଙ୍କୁ ମିଳିଲା ସୁଯୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.