Below header

ଶ୍ରୀଲଙ୍କା ବିପକ୍ଷରେ ଦମ୍‌ଦାର ବିଜୟ ସହ ଟି-୨୦ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ପୁନେ : ବଢ଼ିଆ ବ୍ୟାଟିଂ ପରେ ବଢ଼ିଆ ବୋଲିଂ । ଶ୍ରୀଲଙ୍କାକୁ ଶେଷ ମ୍ୟାଚ୍‌ରେ ୭୮ ରନ୍‌ରେ ହରାଇ ଭାରତ ୨-୦ରେ ଜିତିଲା ଟି-୨୦ ସିରିଜ୍‌ । ୬ ଓ୍ଵିକେଟ୍‌ରେ ୨୦୧ ରନ୍‌ କରିବା ପରେ ଭାରତ ବିପକ୍ଷ ଶ୍ରୀଲଙ୍କା ଦଳକୁ ୧୫.୫ ଓଭରରେ ମାତ୍ର ୧୨୩ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଛି ।

sainiଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଡିସିଲଭା ଲଢ଼େଇ କରି ସର୍ବାଧିକ ୫୭ ରନ୍‌ ସିନା କଲେ ହେଲେ ତାଙ୍କୁ ଅନ୍ୟ ସାଥୀମାନଙ୍କ ଠାରୁ ସହଯୋଗ ମିଳିଲା ନାହିଁ । କେବଳ ଆଞ୍ଜେଲା ମାଥ୍ୟୁସ୍‌ ୩୧ ରନ୍‌ କରିବାକୁ ସମର୍ଥ ହୋଇଥିଲେ । ଏପଟେ ଭାରତୀୟ ବୋଲର୍‌ ପୂରା ଦମ୍‌ରେ ବୋଲିଂ କରି ଓ୍ଵିକେଟ୍‌ ଖସାଇ ଚାଲିଥିଲେ । ଫଳରେ ଏହି ଦୁଇ ବ୍ୟାଟ୍‌ସମ୍ୟାନ୍‌ଙ୍କ ବ୍ୟତୀତ ଅନ୍ୟ କେହି ବି ଦୁଇ ଅଙ୍କ ସ୍କୋରରେ ପହଞ୍ଚି ପାରିନଥିଲେ । ଭାରତ ପକ୍ଷରୁ ସାଇନା ୨୮ ରନ୍‌ରେ ୩ଟି ଏବଂ ଶାର୍ଦ୍ଦୁଲ ଠାକୁର ଓ ଓ୍ଵାଶିଂଟନ୍‌ ସୁଦର ୨ଟି ଲେଖାଏଁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ । ବୁମରାଙ୍କୁ ମିଳିଛି ଗୋଟିଏ ଓ୍ଵିକେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.