ୱେଷ୍ଟଇଣ୍ଡିଜକୁ ପ୍ରଥମ ଦିନିକିଆରେ ୫ ୱିକେଟ୍ରେ ହରାଇଲା ଭାରତ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ । ଘରୋଇ ଦଳକୁ ୫ ୱିକେଟ୍ରେ ହରାଇଲା ରୋହିତ ଆଣ୍ଡ କୋ । ଶୀର୍ଷକ୍ରମକୁ ଦ୍ରୁତ ବୋଲର ଖସାଇ ଦେବା ପରେ ସ୍ପିନ୍ ଯୋଡ଼ି କମାଲ୍ ଦେଖାଇଥିଲେ ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ । ଘରୋଇ ଦଳକୁ ୫ ୱିକେଟ୍ରେ ହରାଇଲା ରୋହିତ ଆଣ୍ଡ କୋ । ଶୀର୍ଷକ୍ରମକୁ ଦ୍ରୁତ ବୋଲର ଖସାଇ ଦେବା ପରେ ସ୍ପିନ୍ ଯୋଡ଼ି କମାଲ୍ ଦେଖାଇଥିଲେ ।
କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜାଙ୍କ ସ୍ପିନର ଯାଦୁରେ ଫସିଥିଲେ ୱେଷ୍ଟଇଣ୍ଡିଜ ଦଳ । ୱେଷ୍ଟଇଣ୍ଡିଜ୍ ଦଳ ପକ୍ଷରୁ ସାଇ ହୋପ୍ ୪୩ ରନ କରିଥିବା ବେଳେ ଆଉ କୌଣସି ଖେଳାଳି ଭାରତୀୟ ବୋଲିଂର ସାମ୍ନା କରିପାରିନଥିଲେ ।
ମାତ୍ର ୨୩ ଓଭରରେ ୧୧୪ ରନରେ ପୂରା ଟିମ୍ ଅଲଆଉଟ ହୋଇଯାଇଥିଲା । ଭାରତ ଆଗରେ ୧୧୫ ରନର ବିଜୟ ଲକ୍ଷ୍ୟ ଥିଲା । ମାତ୍ର ୧୧୫ ରନ୍ ଲକ୍ଷ୍ୟରେ ଖେଳିଥିବା ଭାରତ ପାଇଁ ଶୀର୍ଷକ୍ରମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂ ପାଇଁ ଆସିନଥିଲେ ।
ଫଳରେ ଭାରତ ୧୦୦ ରନ୍ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା । ଈଶାନ କିଶନଙ୍କ ଅର୍ଦ୍ଧଶତକ ଭାରତକୁ ସହଜ ବିଜୟ ଦେଇଥିଲା। ଏଥି ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି ।