Below header

ଓ୍ଵେଷ୍ଟଇଣ୍ଡିଜକୁ ୮ ରନରେ ହରାଇ ଟି-୨୦ ସିରିଜ୍ ଜିତିଲା ଭାରତ

କୋଲକାତାର ଇଡେନ ଗାର୍ଡେନରେ ହେଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ୮ ରନରେ ହରାଇ ଟି-୨୦ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ ।

ଖେଳ ମଇଦାନରେ ସଂଘର୍ଷ କରି ଓ୍ଵେଷ୍ଟଇଣ୍ଡିଜକୁ ପରାସ୍ତ କରିଛନ୍ତି ଭାରତୀୟ ଖେଳାଳୀ। ମ୍ୟାଚ ଜିତିବା ସହିତ ରୋହିତ ବାହିନୀ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଧ୍ୟ ଜିତିଛି। ଏହା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଭାରତ ଭଲ ପ୍ରଦର୍ଶନ କରିଛି। ଘରୋଇ ମଇଦାନରେ ଏହା କ୍ରମାଗତଭାବେ ଏହା ଟିମ୍ ଇଣ୍ଡିଆର ଷଷ୍ଠତମ ଟି-୨୦ ସିରିଜ୍ ବିଜୟ। ଟି -୨୦ ରେ ଏହା ହେଉଛି ଭାରତର ୧୦୦ ତମ ବିଜୟ।
ଫୁଲ୍ ଟାଇମ ଅଧିନାୟକ ହେବା ପରେ ରୋହିତ ଶର୍ମା ସିରିଜରେ ବିଜୟର ହ୍ୟାଟ୍ରିକ୍ ନେଇଛନ୍ତି। ଏହାପୂର୍ବରୁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି -୨୦ ଏବଂ ତାଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ODI ସିରିଜ୍ ଜିତିଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ପାଞ୍ଚଟି ୱିକେଟ୍ ପାଇଁ ଭାରତ ୧୮୬ ରନ୍ ସଂଗ୍ରହ କରିଥିଲା। ଏହାର ପରେ ୱିଣ୍ଡିଜ୍ ଦଳ ମାତ୍ର ୨୦ ଓଭରରେ ତିନୋଟି ୱିକେଟ୍ ପାଇଁ ୧୭୮ ରନ୍ କରିପାରିଲେ।

ଏଥି ସହିତ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ତୃତୀୟ ଥର ପାଇଁ ଟି -୨୦ ସିରିଜ ଜିତିଛି। ୨୦୧୮ରେ କାରିବିଆନ୍ ଦଳ ପ୍ରଥମେ ଭାରତୀୟ ମାଟିରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଥିଲା। ସେତେବେଳେ ଟିମ୍ ଇଣ୍ଡିଆ ୩-୦ ରେ ବିଜୟୀ ହସଲ କରିଥିଲା। ଏହା ପରେ, ୨୦୧୯ରେ ଭାରତ ୱେଷ୍ଟଇଣ୍ଡିଜକୁ ୨-୧ରେ ପରାସ୍ତ କରିଥିଲା। ସବୁ ରେକର୍ଡକୁ ଦେଖିଲେ ଭାରତୀୟ ଦଳ ୱିଣ୍ଡିଜ୍ ଠାରୁ ପଞ୍ଚମ ଟି -୨୦ ସିରିଜ୍ ଜିତିଛି।

କୋହଲି ଏବଂ ପନ୍ତ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ଏକା ସାଙ୍ଗରେ ଭଲ ଛକା ଚଉକା ମାରି। ଭାରତୀୟ ଇନିଂସ ବିଷୟରେ କହିବାକୁ ଗଲେ ଅଧିନାୟକ ବିରାଟ କୋହଲି ତାଙ୍କ ଟି -୨୦ କ୍ୟାରିୟରର ୩୦ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୧ ବଲରେ ୫୨ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ବିରାଟ ସତଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଠିକ୍ ସେମିତି ୨୮ଟି ବଲରୁ ରିଷବ ପନ୍ତ ଅପରାଜିତ ଭାବେ ୫୨ ରନ୍ କରିଥିଲେ। ସେ ମଧ୍ୟ ସାତଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହା
ପନ୍ତଙ୍କ ତୃତୀୟ ଅର୍ଦ୍ଧଶତକ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ତିନିଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଭେଙ୍କଟେଶ ଆୟର ୧୮ ବଲରୁ ୩୩ ଏବଂ ରୋହିତ ଶର୍ମା ୧୮ ବଲରୁ ୧୯ ରନ ସ୍କୋର କରିଥିଲେ। ୱେଷ୍ଟଇଣ୍ଡିଜର ରୋଷ୍ଟନ୍ ଚେଜଙ୍କୁ ତିନୋଟି ସଫଳତା ମିଳିଥିଲା।

ତେବେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି(୫୨) ଏବଂ ଋଷଭ ପନ୍ତଙ୍କ ଅପରାଜିତ ୫୨ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା ଭାରତ। ଓ୍ଵେଷ୍ଟଇଣ୍ଡିଜ ଶେଷ ପର୍ଯ୍ୟନ୍ତ ଖେଳି ବିଜୟ ହାସଲ କରିବାକୁ ମାତ୍ର ୯ ରନରେ ଦୂରରେ ରହି ଯାଇଥିଲା।

ପ୍ରଥମ ମ୍ୟାଚ୍‌ ଜିତିଥିବା ଭାରତୀୟ ଦଳ ଆଜି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଓପ୍ନର ରୋହିତ ଶର୍ମା ଓ ଇଶନ କିଶାନ୍‌ ଅଳ୍ପ ରନ୍‌ରେ ଆଉଟ୍‌ ହେବା ପରେ ବିରାଟ କୋହଲି ଏବଂ ଋଷଭ ପନ୍ତ ଇନିଂସ ସମ୍ଭାଳିଥିଲେ । ବିରାଟ ୪୧ ବଲ୍‌ରେ ୫୨ ଏବଂ ପନ୍ତ ୨୮ ବଲ୍‌ରେ ୫୨ ରନ୍‌ କରିଥିଲେ । ପରେ ଭେଙ୍କଟେଶ ୧୮ ବଲ୍‌ରୁ ୩୩ ରନ୍‌ ସ୍କୋର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.