Below header

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଆଜି ଭାରତ-ଜାପାନ ସେମିଫାଇନାଲ୍‌

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଆଜି ଭାରତ-ଜାପାନ ସେମିଫାଇନାଲ ମ୍ୟାଚ୍ । ଆୟୋଜକ ଭାରତ ଗତ ଥରର ଉପବିଜେତା ଜାପାନକୁ ଭେଟିବ। ରାତି ୮.୩୦ ମିନିଟରେ ଖେଳାଯିବ ମ୍ୟାଚ୍ । ଅନ୍ୟଏକ ସେମିଫାଇନାଲ୍ ସଂଧ୍ୟା ୬ଟାରେ ଲିଗ୍ ପର୍ଯ୍ୟାୟର ଦ୍ବିତୀୟ-ତୃତୀୟ ଦଳ ମାଲେସିଆ-ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ ।

ଲିଗ୍ ପର୍ଯ୍ୟାୟରେ ଘରୋଇ ଦଳ କେବଳ ଜାପାନ ସହ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ଅନ୍ୟ ସମସ୍ତ ମ୍ୟାଚ୍ ଜିତିଥିଲା। ଏଥିସହ ଭାରତ ୧୩ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହି ସେମିଫାଇନାଲ୍ରେ ପହଞ୍ଚିଥିଲା। ବିଶ୍ବ ମାନ୍ୟତାରେ ଭାରତ ଚତୁର୍ଥରେ ଥିବା ବେଳେ ଜାପାନ ୧୯ରେ ରହିଛି। କିନ୍ତୁ ଢାକାରେ ଖେଳାଯାଇଥିବା ୨୦୨୧ ସଂସ୍କରଣର ସେମିଫାଇନାଲ୍ରେ ଭାରତକୁ ମାତ୍ ଦେଇ ଥିଲା ଜାପାନ। ହେଲେ ଲିଗ୍ ପର୍ଯ୍ୟାୟରେ ଭାରତ ୬-୦ ଗୋଲ୍ରେ ଜାପାନକୁ ହରାଇଥିଲା। ସେମିରେ ଅପ୍ରତ୍ୟାଶିତ ଭାବେ ୩-୫ରେ ପରାଜୟ ବରଣ କରି ଫାଇନାଲ୍ରୁ ବଞ୍ଚିତ ହୋଇଥିଲା ଭାରତ। ଏହାର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଭାରତ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.