୧୯ ବର୍ଷରୁ କମ୍ ଏସିଆ କପ୍ ଜିତିଲା ଭାରତ, ବାଂଲାଦେଶକୁ ୫ ରନ୍ରେ ହରାଇଲା
କଲମ୍ବୋ : ଏଠାରେ ଖେଳା ଯାଇଥିବା ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ରେ ଭାରତ ଚାମ୍ପିଅନ୍ ହୋଇଛି । ବାମହାତୀ ସ୍ପିନର ଅଥର୍ବ ଅଙ୍କୋଲେକର ୫ ଓ୍ଵିକେଟ୍ ନେଇ ବାଂଲାଦେଶ ବିପକ୍ଷରେ ଭାରତକୁ ଜିତାଇଛନ୍ତି । ମ୍ୟାଚ୍ଟି କଡ଼ା ମୁକାବିଲାରେ ଶେଷ ହୋଇଥିଲା ଏବଂ ଭାରତ ୫ ରନ୍ରେ ବିଜୟୀ ହୋଇଥିଲା ।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୩୨.୪ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ମାତ୍ର ୧୦୬ ରନ୍ କରିଥିଲା । ତେବେ ବୋଲିଂରେ କମାଲ୍ ଦେଖାଇଲେ ଅଥର୍ବ ଏବଂ ଆକାଶ ସିଂହ । ଅଥର୍ବ ୨୮ ରନ୍ ଦେଇ ୫ଟି ଏବଂ ଆକାଶ ୧୨ ରନ୍ରେ ୩ଟି ଓ୍ଵିକେଟ୍ ଦଖଲ କରିଥିଲେ । ଫଳରେ ବାଂଲାଦେଶ ୩୩ ଓଭରରେ ୧୦୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।