Below header

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ, ଇଂଲଣ୍ଡ ବିପକ୍ଷରେ ଭାରତର ରେକର୍ଡ ନୈରାଶ୍ୟଜନକ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୧୩୧ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ଏଥି ମଧ୍ୟରୁ ୩୧ଟି ମ୍ୟାଚ ଟିମ୍‌ ଜିତିଛି । ଇଂଲଣ୍ଡ ୫୦ଟି ମ୍ୟାଚ ଜିତିସାରିଛି । ଏଥିରେ ୫୦ଟି ମ୍ୟାଚ ଡ୍ର ହୋଇଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ଜୁଲାଇ ୨୦୨୨ରେ ଖେଳାଯାଇଥିଲା ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨୫ ଜାନୁଆରୀରୁ ଆରମ୍ଭ ହେବ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ । ଏଥିପାଇଁ ଟିମ୍‌ ଖୁବଶୀଘ୍ର ଘୋଷଣା ହେବ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଆଫଗାନିସ୍ତାନକୁ ଟି୨୦ ସିରିଜରେ ହରାଇଥିଲା । ଏବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଇଂଲଣ୍ଡ ବିପକ୍ଷରେ ଭାରତର ଟେଷ୍ଟ ରେକର୍ଡ ଭଲ ନାହିଁ । ଭାରତ ୧୩୧ ମ୍ୟାଚ ଖେଳିଥିବା ବେଳେ କେବଳ ୩୧ଟ ମ୍ୟାଚ ଜିତିଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୧୩୧ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ଏଥି ମଧ୍ୟରୁ ୩୧ଟି ମ୍ୟାଚ ଟିମ୍‌ ଜିତିଛି । ଇଂଲଣ୍ଡ ୫୦ଟି ମ୍ୟାଚ ଜିତିସାରିଛି । ଏଥିରେ ୫୦ଟି ମ୍ୟାଚ ଡ୍ର ହୋଇଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ଜୁଲାଇ ୨୦୨୨ରେ ଖେଳାଯାଇଥିଲା । ଏଥିରେ ଟିମ୍‌ ୭ ଓ୍ଵିକେଟରେ ହାରିଯାଇଥିଲା । ଏହା ପୂର୍ବରୁ ଭାରତ ଇଂଲଣ୍ଡକୁ ୧୫୭ ରନରେ ହରାଇଥିଲା । ଏହି ମ୍ୟାଚ ସେପ୍ଟେମ୍ବର ୨୦୨୧ରେ ଦ ଓଭାଲରେ ଖେଳାଯାଇଥିଲା ।

ଭାରତୀୟ ଟିମ ପାଇଁ ଇଂଲଣ୍ଡ ବିପକ୍ଷରେ ସବୁଠାରୁ ଅଧିକ ଟେଷ୍ଟ ରନ୍‌ କରିଥିବା ଖେଳାଳି ମଧ୍ୟରେ ସଚିନ ତେନ୍ଦୁଲକର ସବୁଠାରୁ ଅଧିକ ରନ୍‌ କରିଛନ୍ତି । ସଚିନ ତେନ୍ଦୁଲକର ୩୨ ମ୍ୟାଚରେ ୨୫୩୫ ରନ୍‌ କରିଛନ୍ତି । ସଚିନ ୭ଟି ଶତକ ଏବଂ ୧୩ ଅର୍ଦ୍ଧଶତକ ମାରିଥିଲେ । ବର୍ତ୍ତମାନ ଭାରତୀୟ ଖେଳାଳି ମଧ୍ୟରେ ବିରାଟ କୋହଲି ଟପରେ ରହିଛନ୍ତି । ବିରାଟ କୋହଲି ୮ଟି ମ୍ୟାଚରେ ୧୯୯୧ ରନ୍‌ କରିଛନ୍ତି । କୋହଲି ୫ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ମାରିଛନ୍ତି ।

ସୂଚନାଯୋଗ୍ୟ, ଭାରତ ଦୁଇଟି ମ୍ୟାଚ ପାଇଁ ଟିମ୍‌ ଘୋଷଣା କରିସାରିଛି । ଏଥିରେ ଯଶସ୍ୱୀ ଜୟସଓ୍ଵାଲ ଟିମରେ ସାମିଲ ହୋଇଛନ୍ତି । ଶୁବମନ ଗିଲ ଏବଂ ଶ୍ରେୟସ ଆୟର ଟିମରେ ରହିଛନ୍ତି । ସେହିପରି ମୁକେଶ କୁମାର ଏବଂ ଆବେଶ ଖାନ ମଧ୍ୟ ଟିମରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.