Below header

ISL : ଓଡ଼ିଶା ଏଫସି ଜର୍ସି ଉନ୍ମୋଚିତ, ୧୯ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌

ISL ଫୁଟବଲ୍ ଦଳ ଓଡ଼ିଶା ଏଫସି ସେପ୍ଟେମ୍ବର ମାସ ୧୯ ତାରିଖରେ ମୋହନ ବାଗାନ ସୁପର ଜିଆଣ୍ଟସ ବିପକ୍ଷରେ ଏଏଫସି କପ୍ ମ୍ୟାଚ୍ ଘରୋଇ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ମ୍ୟାଚ ଆରମ୍ଭରୁ ପୂର୍ବରୁ ଓଡ଼ିଶା ଏଫସି ସୋମବାର କଳିଙ୍ଗ ଷ୍ଟାଡିୟମରେ ନିଜ ନୂଆ କିଟ୍ ଉନ୍ମୋଚନ କରିଛି।

ISL ଫୁଟବଲ୍ ଦଳ ଓଡ଼ିଶା ଏଫସି ସେପ୍ଟେମ୍ବର ମାସ ୧୯ ତାରିଖରେ ମୋହନ ବାଗାନ ସୁପର ଜିଆଣ୍ଟସ ବିପକ୍ଷରେ ଏଏଫସି କପ୍ ମ୍ୟାଚ୍ ଘରୋଇ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ମ୍ୟାଚ ଆରମ୍ଭରୁ ପୂର୍ବରୁ ଓଡ଼ିଶା ଏଫସି ସୋମବାର କଳିଙ୍ଗ ଷ୍ଟାଡିୟମରେ ନିଜ ନୂଆ କିଟ୍ ଉନ୍ମୋଚନ କରିଛି। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଯୋଗ ଦେଇ କିଟ୍ ଉନ୍ମୋଚନ କରିଥିଲେ।

କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଓଏଫସି ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରା, ଯୁବ ବିକାଶର ମୁଖ୍ୟ ସନ୍ତୋଷ କଶ୍ୟପ, ମହାପ୍ରବନ୍ଧକ ଅଭିକ ଚାଟାର୍ଜୀ, ବ୍ୟବସାୟ ମୁଖ୍ୟ ରବି ଖେଦର ଏବଂ କ୍ଲବର ଦୁଇ ଅଧିନାୟକ ଅମରନ୍ଦର ସିଂହ ଓ ରୟ କ୍ରିଶନ ଉପସ୍ଥିତ ଥିଲେ।
ଘରୋଇ ମ୍ୟାଚ୍ ଲାଗି ଖେଳାଳିମାନଙ୍କ ପାଇଁ କଳା ଓ ବାଇଗଣୀ ରଙ୍ଗର ଜର୍ସି ରହିଥିଲା ବେଳେ ରାଜ୍ୟ ବାହାର ମ୍ୟାଚ୍ ଲାଗି ଧଳା ରହିଛି। ତୃତୀୟ ଜର୍ସିର ରଙ୍ଗ ହଳଦିଆ ଓ ବାଇଗଣୀ ରଖାଯାଇଛି। ଗୋଲିମାନଙ୍କ ଘରୋଇ ଜର୍ସି ଫ୍ଲୋରେସେଣ୍ଟ ଗ୍ରିନ୍ ଏବଂ ବାହାର ଲାଗି ବ୍ଲାକ୍ ଓ ତୃତୀୟ ଜର୍ସି ଗୋଲାପି ରଙ୍ଗର ରଖିଛି କ୍ଲବ୍।

ଆଗାମୀ ମ୍ୟାଚ୍‌ ଭଲ କରିବାକୁ ଚେଷ୍ଟା କରିବୁ। ଭୁଲ୍କୁ ସୁଧାରି ଆଗକୁ ଭଲ କରିବାକୁ ସବୁ ପ୍ରୟାସ କରିବୁ। ଆମର ଅଭ୍ୟାସ ଭଲ ରହିଛି। କିଛି ନୂଆ ପିଲା ବି ଦଳକୁ ଆସିଛିନ୍ତି ଏବଂ ମୁଁ ବି ନୂଆ। ସେମାନଙ୍କ ଦୁର୍ବଳତାକୁ ସୁଧାରିବାକୁ ଚେଷ୍ଟା କରୁଛି। ପ୍ରତି ମ୍ୟାଚ୍ ଓ ପ୍ରତି ଦିନ ପରିସ୍ଥିତି ଦେଖି ଯୋଜନା ହେବ। ମୋର ଲକ୍ଷ୍ୟ ଟ୍ରଫି ଜିତିବା ବୋଲି ମୁଖ୍ୟ ପ୍ରଶିକ୍ଷକ ଲୋବେରା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.