ପ୍ରଥମ ଟେଷ୍ଟ : ଇଶାନ୍ତଙ୍କୁ ୫ ଓ୍ଵିକେଟ୍, ଇଣ୍ଡିଜ୍କୁ ୨୨୨ ରନ୍ରେ ଅଲ୍ଆଉଟ୍ କରି ଭାରତ ପ୍ରଥମ ପାଳିରେ ଆଗୁଆ

େଓ୍ଵଷ୍ଟଇଣ୍ଡିଜ୍ ନର୍ଥ ସାଉଣ୍ଡ ଠାରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟରେ ଭାରତ ତାର ସ୍ଥିତି ମଜବୁତ କରିଛି । ପ୍ରଥମ ପାଳିରେ ୭୫ ରନ୍ରେ ଆଗୁଆ ରହିଛି । ପରେ ଆଜି ତୃତୀୟ ଦିନରେ ଦ୍ୱିତୀୟ ପାଳି ଆରମ୍ଭ କରି ପ୍ରଥମ ୧୦ ଓଭର ସୁଦ୍ଧା ଭାରତୀୟ ଦଳ କୌଣସି ଓ୍ଵିକେଟ୍ ନହରାଇ ୨୧ ରନ୍ କରିଥିଲା ।
ଭାରତକୁ ୨୯୭ ରନ୍ରେ ଅଲ୍ଆଉଟ୍ କରିବା ପରେ ଘରୋଇ େଓ୍ଵଷ୍ଟଇଣ୍ଡିଜ୍ ଦଳ ୨୨୨ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା । ଦଳ ପକ୍ଷରୁ ଚେଜ୍ ସର୍ବାଧିକ ୪୮, ଅଧିନାୟକ ଜାସନ୍ ହୋଲଡର୍ ୩୯ ଏବଂ ହେଟମେୟର ୩୫ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ରହି ପାରିନଥିଲେ । ଭାରତ ପକ୍ଷରୁ ପେସ୍ ବୋଲର୍ ଇଶାନ୍ତ ଶର୍ମା ୪୩ ରନ୍ ଦେଇ ସବୁଠାରୁ ଅଧିକ ୫ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଛନ୍ତି ।