ନୟାଗଡ଼: ଜିଲ୍ଲା ଦୌରା ଜଜ୍‌ କୋର୍ଟର ତଳ ମହଲାରେ ଜମୁଛି ପାଣି, ପ୍ରତିବାଦରେ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ

ନୟାଗଡ଼ ଜିଲ୍ଲା ଦୌରା ଜଜ୍‌ କୋର୍ଟ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ଘଟଣାକୁ ନେଇ କଲମଛାଡ଼ ଆନ୍ଦୋଳନ। ବର୍ଷା ଦିନ ଆସିଲେ, ନୂଆ କରି ନିର୍ମାଣ ହୋଇଥିବା ଜିଲ୍ଲା ଦୌରା ଜଜ୍‌ କୋର୍ଟର ତଳ ମହଲାରେ ପାଣି ଜମୁଥିବା ଅଭିଯୋଗ ହୋଇଛି। କୋର୍ଟକୁ ଆସୁଥିବା ଓକିଲମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ନେଇ କଲମଛାଡ଼ ଆନ୍ଦୋଳନ କରିଛନ୍ତି ନୟାଗଡ଼ ଦୌରା ଜଜ୍‌ କୋର୍ଟର କର୍ମକର୍ତ୍ତା । ଏହାର ସ୍ଥାୟୀ ସମାଧାନ ନହେଲେ , ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଆଇନକୁ ହାତକୁ ନେବେ ବୋଲି କହିଛନ୍ତି ନୟାଗଡ଼ ବାର୍‌ ଆସୋସିଏସନ୍‌ର ସଭାପତି।