ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ ସହର, ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ

ଆଉ ଦିନ କେଇଟା ପରେ ଗଣେଶ ପୂଜା । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରରେ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ଓ ଶିଳ୍ପୀ । ମୂର୍ତ୍ତିରେ ରଙ୍ଗ ଦେବାରେ କାରିଗର ବ୍ୟସ୍ତ । ଏପଟେ ସହରର ପ୍ରତ୍ୟେକ ପୂଜା କମିଟି ପ୍ରସ୍ତୁତି ପାଇଁ ଲାଗି ପଡିଛନ୍ତି । ପେଣ୍ଡାଲକୁ ଆକର୍ଷିତ କରିବାକୁ ବିଭିନ୍ନ ପ୍ରକାର ଲାଇଟ୍‌ ଗେଟ୍‌, ଟେଣ୍ଟ ଓ ସୁ -ଉଚ୍ଚ ତୋରଣର ଚାଲିଛି ନିର୍ମାଣ। ଦିନ ରାତି ଏକ୍‌ କରି କାମ କରୁଛନ୍ତି କାରିଗର। ଚଳିତ ବର୍ଷ ମୀନାବଜାର, ମହୋତ୍ସବ, ମେଲୋଡ଼ି, ଯାତ୍ରା ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ। ୩୦୦ରୁ ଅଧିକ ପେଣ୍ଡାଲରେ ପୂଜା ପାଇବେ ବିଘ୍ନ ବିନାଶନ ପ୍ରଭୁ ଗଜାନନ।