ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ, ପାକ୍ଷିକ ସଂପର୍କକୁ ଆଗକୁ ନେଇଥିବାରୁ ମିଳିଲା ସମ୍ମାନ

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଆଗକୁ ନେଇଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୟୁଏଇର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନର ନାଁ ‘ଅର୍ଡର ଅଫ ଜାୟେଦ’। ଗତ ଏପ୍ରିଲ ମାସରେ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ପୂର୍ବରୁ ଏହି ସମ୍ମାନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, କୁଇନ୍ ଏଲିଜାବେଥ-୨ ଓ ଚୀନ୍ ରାଷ୍ଟ୍ରପତି ସି-ଜିନପିଙ୍ଗକୁ ପ୍ରଦାନ କରାଯାଇଛି। ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବ ବୋଲି ୟୁଏଇ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଆବୁଧାବିରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ହୋଇଥିଲା। ଆବୁଧାବିରେ ୨୦ ଜଣ ଏନଆରଇ ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୋଦି। ସେମାନେ ଜମ୍ମୁ-କାଶ୍ମୀରରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଭାରତକୁ ଅଶୋଧିକ ତୈଳ ରପ୍ତାନୀ କରିବାରେ ୟୁଏଇ ହେଉଛି ଚତୁର୍ଥ ବୃହତ୍ ରପ୍ତାନୀକାରୀ ରାଷ୍ଟ୍ର।