Below header

ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ରହିଛି ଗୁଟ୍‌ଖା ଫ୍ୟାକ୍ଟ୍ରି, ନିର୍ଗତ ବିଷାକ୍ତ ପବନରେ ଲୋକେ ଅତିଷ୍ଠ ହେଉଥିବା ଅଭିଯୋଗ

ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ରହିଛି ଗୁଟ୍‌ଖା ଫ୍ୟାକ୍ଟ୍ରି। ସମ୍ବଲପୁର-ରାଉରକେଲା ଜାତୀୟ ରାଜପଥରୁ ୫୦ ମିଟର ଦୂରରେ ଏହି ଫ୍ୟାକ୍ଟି ରହିଛି । ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଗଣଶିକ୍ଷା ବିଭାଗ ଓ ପ୍ରଦୂଷଣ ବିଭାଗର ସମସ୍ତ ନିୟମକୁ ଉଲଘଂନ ଏହି ଗୁର୍‌ଖା ଫ୍ୟାକ୍ଟ୍ରି କରିଥିବା ଅଭିଯୋଗ ହୋଇଛି। ଲୋକଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରି ଗୁଟ୍‌ଖା ଉତ୍ପାଦନ ଚାଲିଛି। ନିର୍ଗତ ହେଉଥିବା ବିଷାକ୍ତ ପବନରେ ଲୋକେ ଅତିଷ୍ଠ ହୋଇଥିବା ଅଭିଯୋଗ ହୋଇଛି। ତା ସହ ମାଝିପାଲି ଅଞ୍ଚଳର ଲୋକ ବିଷାକ୍ତ ପାଣି ଯୋଗୁ ହଇରାଣ ହେଉଛନ୍ତି । ଏନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି , ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍‌। ଘଟଣା ନେଇ ଜିଲ୍ଲା ପ୍ରଶାସନ ଅଧିକାରୀ କେହି କିଛି କହୁନଥିବା ଅଭିଯୋଗ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.