ଆଜି ମୁହାଁମୁହିଁ ହେବେ ଚେନ୍ନାଇ ଏବଂ ପଞ୍ଜାବ, ପଞ୍ଜାବ ପାଇଁ ‘କର ବା ମର ପରିସ୍ଥିତି’

ଆଜି ଆଇପିଏଲରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ। ଉଭୟ ନିଜ ନିଜର ଶେଷ ଲିଗ୍ ମ୍ୟାଚରେ ଅବତୀର୍ଣ୍ଣ ହେବେ। କିଙ୍ଗ୍ସ ଏକାଦଶ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଦଳ ଶେଷ ମ୍ୟାଚ୍ ଜିତି ତାଲିକାର ଶ୍ରେଷ୍ଠ-୪ ମଧ୍ୟରେ ରହିବାକୁ ପ୍ରୟାସ କରିବ। କିନ୍ତୁ ପ୍ଲେ-ଅଫ୍ ସ୍ଥାନ ପାଇଁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବ। ଅନ୍ୟ ପଟରେ ସୁପର କିଙ୍ଗ୍ସ ବିଜୟ ସହ ଅଭିଯାନ ଶେଷ କରିବାକୁ ସବୁ ଶକ୍ତି ଖଟାଇବ। ମ୍ୟାଚ୍ ଅପରାହ୍ଣ ୩.୩୦ରୁ ଆରମ୍ଭ ହେବ।

ରାଜସ୍ଥାନ ରୟାଲ୍ସଠୁ ହାରିବା ପରେ କିଙ୍ଗ୍ସ ଏକାଦଶର ପ୍ଲେ-ଅଫ୍ ରାସ୍ତା କଠିନ୍ ହୋଇଯାଇଛି। ଦଳ ୧୩ ମ୍ୟାଚ୍ରୁ ୬ ବିଜୟ ସହ ମୋଟ ୧୨ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସୁପର କିଙ୍ଗ୍ସକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚିବ। ବିଜୟ ସତ୍ତ୍ୱେ ପ୍ଲେ-ଅଫ୍ ସ୍ୱପ୍ନ ପୂରଣ ହୋଇନପାରେ।

ipl

 

ସମ୍ଭାବ୍ୟ ଏକାଦଶ
କିଙ୍ଗ୍ସ ଏକାଦଶ: ଲୋକେଶ ରାହୁଲ (ଅଧିନାୟକ), ମନଦୀପ ସିଂହ, କ୍ରିସ୍ ଗେଲ୍, ନିକୋଲାସ୍ ପୂରନ୍, ଗ୍ଲେନ୍ ମାକ୍ସୱେଲ୍, ଦୀପକ ହୁଡ଼ା, କ୍ରିସ୍ ଜୋର୍ଡାନ, ମୁରୁଗାନ୍ ଅଶ୍ୱିନ, ରବି ବିଷ୍ନୋଇ, ମହମ୍ମଦ ସାମି, ଅର୍ଶଦୀପ ସିଂହ ।

ସୁପର କିଙ୍ଗ୍ସ: ସେନ୍ ୱାଟସନ୍, ଋତୁରାଜ ଗାଏକୱାଡ୍, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ସାମ୍ କୁରାନ୍, ରବିନ୍ଦ୍ର ଜାଡ଼େଜା, ନାରାୟଣ ଜଗଦୀଶନ, ମିଚେଲ୍ ସାଣ୍ଟନର, ଦୀପକ ଚହର, କରଣ ଶର୍ମା, ଲୁଙ୍ଗି ଏନ୍ଗିଡ଼ି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.