Below header

ସ୍ଲୋ ପିଚରେ ତିଷ୍ଠି ପାରିଲା ନାହିଁ ଇଣ୍ଡିଜ୍, ଟିମ୍ ଇଣ୍ଡିଆ ଆଗରେ ୧୦୫ ରନର ଛୋଟିଆ ଲକ୍ଷ୍ୟ

ତିରୁବନନ୍ତପୁରମ : ଲଢ଼େଇ କରିବା ଜାଗାରେ ଆତ୍ମସମର୍ପଣ କରିଦେଲା ୱେଷ୍ଟଇଣ୍ଡିଜ ଦଳ । ଦିନିକିଆ ସିରିଜରେ ୨-୧ରେ ଭାରତ ଠାରୁ ପଛୁଆ ଥିବା ଇଣ୍ଡିଜ୍ ଆଜି ଏଠାରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ମାତ୍ର ୧୦୪ ରନ୍ କରି ଅଲଆଉଟ୍ ହୋଇଯାଇଛି । ଫଳରେ ମ୍ୟାଚ୍ ଜିତିବାକୁ ଘରୋଇ ଦଳ ଆଗରେ ରହିଛି ୧୦୫ ରନର ଛୋଟିଆ ଲକ୍ଷ୍ୟ ।

INDIA TEAM_2

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୪ଟି ଏବଂ ବୁମରା ଓ ଖଲିଲ ଅହମଦ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଇଣ୍ଡିଜ ଦଳ ପକ୍ଷରୁ ସର୍ବାଧିକ ୨୫ ରନ୍ ସ୍କୋର କରିଥିଲେ ଅଧିନାୟକ ଜେସନ୍ ହୋଲଡର । ଏଥିରୁ ସ୍ପଷ୍ଟ ଯେ କିଭଳି ବ୍ୟାଟିଂ ବିପର୍ଯ୍ୟୟ ଘଟିଛି ଦଳର । ହୋଲଡରଙ୍କ ବ୍ୟତୀତ ପାୱେଲ ଓ ସାମୁଏଲ୍ସ ମୋଟ ୩ ଜଣ ଦୁଇ ଅଙ୍କ ଛୁଇଁ ପାରିଥିଲେ । ସ୍ଲୋ ପିଚରେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନମାନେ ଆଦୌ ଠିକ୍ ଭାବେ ଖେଳି ପାରିନଥିଲେ । ତେଣୁ ମାତ୍ର ୩୧.୫ ଓଭରରେ ଅଲଆଉଟ୍ ହୋଇ ଯାଇଥିଲେ ।

ସ୍କୋର : ୱେଷ୍ଟଇଣ୍ଡିଜ-୧୦୪ ରନ୍ ଅଲଆଉଟ୍, ୩୧.୫ ଓଭର (ହୋଲଡର ୨୫, ପାୱେଲ ୧୬, ସାମୁଏଲ୍ସ ୨୪ । ଜାଡେଜା ୯.୫-୧-୩୪-୪, ବୁମରା ୬-୧-୧୧-୨, ଖଲିଲ ଅହମଦ ୭-୧-୨୯-୨, ଭୁବନେଶ୍ବର କୁମାର ୪-୧-୧୧-୧, କୁଲଦୀପ ଯାଦବ ୫-୧-୧୮-୧) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.