୯ଟି ଜିଲ୍ଲାକୁ ମରୁଡ଼ି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର : ୯ଟି ଜିଲ୍ଲାର ୬୬ଟି ବ୍ଲକ ଓ ୧୬ଟି ପୌରାଞ୍ଚଳକୁ ମରୁଡ଼ି ଘୋଷଣା କଲେ ରାଜ୍ୟ ସରକାର । ଏହି ୯ ଜିଲ୍ଲା ହେଉଛନ୍ତି ନବରଙ୍ଗପୁର, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି । ମରୁଡ଼ି ଦ୍ୱାରା ୫ ହଜାର ୬୩୩ ଗାଁ ପ୍ରଭାବିତ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଛି । ୨,୩୩,୧୭୩.୮ ହେକ୍ଟର ଜମି ମରୁଡ଼ି ପ୍ରଭାବିତ ହୋଇଛି । ସଂପୃକ୍ତ ଅଞ୍ଚଳରେ ରିଲିଫ୍‌ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।