୯୬ବର୍ଷ ପୂର୍ବେ ମରିଥିଲା ଶିଶୁ ,କିନ୍ତୁ ରହସ୍ଯମୟ ଢଙ୍ଗରେ ଆଜି ମଧ୍ୟ ଖୋଲିଥାଏ ଆଖି

ସୋସିଆଲ ମିଡିଆରେ ‘ସ୍ଲିପିଂ ବିଉଟି’ ଭାବେ ଭାଇରାଲ ହେଉଥିବା ଛୋଟ ଶିଶୁଟିର ବୟସ ମାତ୍ର ୨ ବର୍ଷ । ତା ନାଁ ରୋଲିୟା ଲେବରଡ଼ୋ। ସେ ମୃତ ଅଥଚ ଜୀବିତ । ଯାହାକୁ ନେଇ ଏବେ ସମସ୍ତଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି ।
ଶହେ ବର୍ଷ ତଳର ଘଟଣା । ଯେତେବେଳେ ଏକ ଅଘଟଣ ଘଟି ଏକା ସାଙ୍ଗରେ ମରିଥିବା ପ୍ରାୟ ୮୦୦୦ ଲୋକଙ୍କ କବର ଇଟାଲୀର ପେଲରମୋରର ଏକ କୋଠରୀରେ ସଂରକ୍ଷିତ ରଖାଯାଇଛି। ତେବେ କିଛି ଦିନ ପୂର୍ବରୁ ଯେତେବେଳେ ସେଠାକୁ ବୁଲିବାକୁ ଯାଇଥିବା କିଛି ଯାତ୍ରୀଙ୍କ ନଜର ସେହି ଛୋଟ ଶିଶୁର କବର ଉପରେ ପଡ଼ିଲା, ସେମାନେ ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ଯକ୍ତି ରହିଯାଇଥିଲେ ଆଶ୍ଚର୍ଯ୍ଯ ଚକିତ। ଆସନ୍ତୁ ଜାଣିବା ବାସ୍ତବରେ ଲୋକମାନେ ଦେଖିଲେ କଣ?
ସେଠାରେ ଥିବା ଏକ କବରରେ ଦୁଇ ବର୍ଷର ଶିଶୁ ନିଜ ପଲକ ପକାଉଥିବା ଦେଖିବାକୁ ମିଳିଥିଲା। ଘଟଣାଟି ନିଆଁ ଭଳି ସବୁଆଡ଼େ ବ୍ଯାପି ଯାଇଥିଲା। ସେଠାରେ ଲୋକଙ୍କ ଭିଡ଼ ବଢ଼ିବା ସହ ସମସ୍ତେ ସେହି ଛୋଟ ଝିଅକୁ ଦେଖିବା ପାଇଁ ସେଠାରେ ପହଞ୍ଚିଲେ।ତେବେ ଏହି ଭିଡ଼ ଆଜି ପର୍ଯ୍ଯନ୍ତ ମଧ୍ୟ ଚାଲୁ ରହିଛି। ଏହି ଦୃଶ୍ଯକୁ ନିଜ ଆଖିରେ ନଦେଖିବା ପର୍ଯ୍ଯନ୍ତ ସାଧାରଣତଃ କେହିବି ବିଶ୍ବାସ କରିପାରନ୍ତି ନାହିଁ।
ତେବେ ଏହି ଝିଅଟି ଏତେ ବର୍ଷ କବରରେ ରହିବା ପରେ ମଧ୍ୟ କିପରି ନିଜ ପଲକ ପକାଇଥାଏ ? ଏହା ପଛର ରହସ୍ୟ କଣ ? ଏ ବିଷୟରେ ଏହି କବରର ଯତ୍ନ ନେଉଥିବା କର୍ମଚାରୀ କହିଛନ୍ତି, ଏହା କେବଳ ଲୋକଙ୍କ ଭ୍ରାନ୍ତ ଧାରଣା। ଏହି କଥାର କିଛି ବି ସତ୍ଯତା ନାହିଁ। କାରଣ ମୃତ ଶିଶୁ ଆଖି ସଂପୂର୍ଣ୍ଣ ଭାବେ ବନ୍ଦ ନାହିଁ। ସେ ଚାହିଁ ରହିଲା ଭଳି ଦିଶେ । କିଛି ଲୋକଙ୍କୁ ତାହା ପଲକ ପକାଉଥିବା ଭଳି ନଜର ଆସିଥାଏ।
ଏହି ଘଟଣା ପଛରେ କାହାଣୀ ଯାହା ରହିଥିଲେ ମଧ୍ୟ ଏହାକୁ ସରକାର ଆଶ୍ଚର୍ଯ୍ଯକର ଘଟଣା ମାନୁଛନ୍ତି। ଏନେଇ ସରକାର ଶିଶୁଟିର ନାମକରଣ ସ୍ଳିପିଂ ବିଉଟି ରଖିଦେଲେ। ଏହି ଶବକୁ ଏକ କାଚର କବର ମଧ୍ୟରେ ରଖାଯାଇଥିବା ବେଳେ ତାହାକୁ ସିଲ କରାଯାଇଛି। ତେବେ ଘଟଣାଟି ପ୍ରଚାର ହେବା ପରେ ଏବେ ବୈଜ୍ଞାନିକମାନେ କବରରେ ଥିବା ଶିଶୁକୁ ନେଇ ଗବେଷଣା ଚଳାଇଛନ୍ତି।