Below header

ATP Finals : ଥିମକୁ ହରାଇ ଚାମ୍ପିଅନ ହେଲେ ରୁଷର ଡେନିଲ ମଦବେଦେବ

ରୁଷର ଡେନିଲ ମଦବେଦେବ ନିଜ କ୍ଯାରିଅରର ସବୁଠାରୁ ବଡ ଟାଇଟଲ ହାସଲ କରିଛନ୍ତି। ସେ ଏଟିପି ଫାଇନାଲରେ ୱାଲର୍ଡର ନଂ-୩ ଡୋମିନିକ ଥିମକୁ ୪-୬,୭-୬,୬-୪ରେ ହରାଇ ଦେଇଛନ୍ତି।

ଚଳିତଥର ୟୁଏସ ଓପନ ବିଜେତା ଅଷ୍ଟ୍ରିଆର ଥିମ, ଫାଇନାଲରେ ଭଲ ଷ୍ଟାଟ୍ କରିଥିଲେ କିନ୍ତୁ ଡେନିଲଙ୍କୁ ହରାଇ ପାରିଲେନାହିଁ। ୱାର୍ଲ୍ଡର ନଂ୪ ଡେନିଲ ପ୍ରଥମ ସେଟ୍ ହାରିବା ପରେ ଆଗାମୀ ଦୁଇଟି ଯାକ ସେଟ୍ ଜିତି ଟାଇଟଲକୁ ନିଜ ନାମରେ କରିଥିଲେ।

୧୧ ବର୍ଷରେ ପରେ ATP ଫାଇନାଲ ଜିତିଥିବା ପ୍ରଥମ ରୁଷ ଖେଳାଳି ହେଉଛନ୍ତି ଡେନିଲ। ଏହାପୂର୍ବରୁ ୨୦୦୯ରେ ରୁଷର ଖେଳାଳି ନିକୋଲେ ଡେଭିଡେଙ୍କୋ ଏହି ଟୁର୍ଣ୍ଣାମେଣ୍ଟ ଉପରେ କବ୍ଜା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.