ବରଗଡ଼ ହସ୍ପିଟାଲର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ: ବହୁ ମେଡିସିନ୍ ଓ ସାଲାଇନ୍ ଜଳିପୋଡି ପାଉଁଶ, ଅଳ୍ପକେ ବର୍ତ୍ତିଲେ ରୋଗୀ

ବରଗଡ଼: ବରଗଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। ହସ୍ପିଟାଲର ଉପର ମହଲାରେ ନିଆଁ ଲାଗିଥିବା ଜଣାପଡିଛି। ବହୁ ମେଡିସିନ ଓ ସାଲାଇନ ଜଳିଯାଇଥିବାବେଳେ, ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନେକ ରୋଗୀ।

ଖବର ମୁତାବକ, ଗତ ବିଳମ୍ବିତ ରାତିରେ ହସ୍ପିଟାଲର ଉପର ମହଲାରେ ଥିବା ପେଡିଆଟିକ ୱାର୍ଡରେ ହଠାତ୍ ନିଆଁ ଲାଗିଯାଇଥିଲା। ଏନେଇ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା, ତାହା ଏଯାଏ ଜଣାପଡ଼ିନାହିଁ।

ହସ୍ପିଟାଲର ଉପର ମହଲାରେ ଥିବା ପେଡିଆଟିକ ୱାର୍ଡ ବନ୍ଦ ରହିଥିବାରୁ ତଳେ ରୋଗୀଙ୍କ ଚିକିତ୍ସା କରାଯାଉଛି। ପେଡିଆଟିକ୍‌ ୱାର୍ଡରେ କେବଳ ହସ୍ପିଟାଲରେ ବ୍ୟବହୃତ ହେଉଥିବା ସାମ୍ରଗୀ ରଖାଯାଇଥିଲା ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.