Below header

ମାତ୍ର ୮ ହଜାର ଟଙ୍କାରେ କିଣନ୍ତୁ Realmeର 6000mAh ବ୍ୟାଟେରୀଯୁକ୍ତ ସ୍ମାର୍ଟଫୋନ, ବଢ଼ିଆ ଫିଚର୍ସ ସହିତ ରହିଛି ଜବରଦସ୍ତ କ୍ୱାଲିଟି

ଫ୍ଲିପକାର୍ଟରେ ଆଜି ଠାରୁ ରିୟଲମି ଡେଜ ସେଲ୍ ଆରମ୍ଭ ହେଉଛି। ସେଲ୍‌ରେ ରିୟଲମିର ପ୍ରଡକ୍ଟସରେ ଭଲ ଡିସକାଉଣ୍ଟ ଦିଆଯାଉଛି। ଏହି ଡିସକାଉଣ୍ଟ ପରେ ଆପଣ ପ୍ରଡକ୍ଟସକୁ ବହୁତ କମ୍ ଦାମରେ କିଣିପାରିବେ। ଏହି ସେଲ୍‌ରେ ମିଳୁଥିବା କିଛି ବେଷ୍ଟ ଡିଲ୍ସ ବିଷୟରେ ଆପଣଙ୍କୁ ଜଣାଇବୁ। ଯେଉଁଠି ରିୟଲମିର ବଜେଟ ସ୍ମାର୍ଟଫୋନ Realme C12କୁ ବହୁତ ବଢ଼ିଆ ଅଫର୍ସରେ ଉପଲବ୍ଧ କରାଯାଇଛି। ଏହି ଫୋନର ବିଶେଷତ୍ୱ ହେଉଛି ଏହାର 6000mAh ବ୍ୟାଟେରୀ। ଏତେ ବଢ଼ିଆ ଫିଚର୍ସ ଥିବା ଏହି ଫୋନକୁ ମାତ୍ର ୮,୯୯୯ ଟଙ୍କାରେ କିଣିପାରିବେ।

ଫ୍ଲିପକାର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଫୋନକୁ ୧.୫ ଲକ୍ଷରୁ ଅଧିକ ଗ୍ରାହକ ୪.୪ ରେଟିଙ୍ଗ ଦେଇଛନ୍ତି। ଅର୍ଥାତ ବହୁତ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ସେଲରେ ଫୋନକୁ କିଣିବାର ମଧ୍ୟ ଅଫର ଦିଆଯାଉଛି। ଏହାଛଡା ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଆପଣ ଫୋନ ପାଇଁ ଫେଡେରାଲ ବ୍ୟାଙ୍କ ଡେବିଟ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ୧,୫୦୦ ଟଙ୍କାର ରିହାତି ମିଳିବ। ସେହିପରି Flipkart Axis Bank Credit Card ଜରିଆରେ ପେମେଣ୍ଟ କରିବା ଦ୍ୱାରା ମଧ୍ୟ ଡିସକାଉଣ୍ଟ ରହିଛି।

6000mAh ବ୍ୟାଟେରୀ ସହିତ ରହିଛି ବଢ଼ିଆ ଫିଚର୍ସ

flipcartରିୟଲମି C12ରେ ୬.୫ ଇଞ୍ଚ+ଏଲସିଡି ଡିସପ୍ଲେ ରହିଛି। ସୁରକ୍ଷା ପାଇଁ କର୍ଣ୍ଣିଙ୍ଗ୍ ଗରିଲା ପ୍ରୋଟେକସନ୍ ଦିଆଯାଇଛି। ଏହି ଫୋନ ଆଣ୍ଡ୍ରଏଡ ୧୦ରେ ବେସଡ ରିୟଲମି UIରେ କାମ କରିଥାଏ। ହ୍ୟାଣ୍ଡସେଟରେ ଅକ୍ଟା-କୋର ମିଡିୟାଟେକ Helio G35 ପ୍ରୋସେସର ଏବଂ ୩ଜିବି ରାମ ମହଜୁଦ ରହିଛି। ଫୋନରେ ୩୨ ଜିବି ଇନବିଲ୍ଟ ଷ୍ଟୋରେଜ ଭଳି ମାଇକ୍ରୋଏସଡି କାଡ ଜରିଆରେ ମଧ୍ୟ ବଢ଼ାଯାଇପାରିବ।

କ୍ୟାମେରା ବିଷୟରେ କହିବା ତ, ରିୟଲମି C12ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି। ଫୋନରେ ଅପର୍ଚର ଏଫ/୨.୨ ସହିତ ୧୩ ମେଗାପିକ୍ସେଲର ପ୍ରାଇମେରୀ, ଅପର୍ଚର ଏଫ/୨.୪ ସହିତ ୨ ମେଗାପିକ୍ସେଲ ମୋନୋକ୍ରୋମ ଏବଂ ଅପର୍ଚର ଏଫ/୨.୪ ସହିତ ୨ ମେଗାପିକ୍ସେଲ ମାଇକ୍ରୋ ସେନସର ରହିଛି। ସେଲଫି ପାଇଁ ଫୋନରେ ଅପର୍ଚର ଏଫ/୨.୦ ସହିତ ୫ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଗ୍ରାହକ ଏହି ଫୋନକୁ ପାଓ୍ଵର ବ୍ଲୁ ଏବଂ ପାଓ୍ଵର ସିଲଭର କଲରରେ କିଣିପାରିବେ।

ପାଓ୍ଵାର ପାଇଁ Realme C12ରେ 6000mAh ବ୍ୟାଟେରୀ ଦିଆଯାଇଛି। ଯାହା ୧୦ ଓ୍ଵାର୍ଟ ଚାର୍ଜିଂ ସପୋର୍ଟ କରିଥାଏ। କମ୍ପାନୀ ଦାବି କରିଛି ଯେ ଏହାର ବ୍ୟାଟେରୀ ୫୭ ଦିନର ସ୍ଟାଣ୍ଡବାୟ ସହିତ ଆସିଥାଏ। ଯଦି କଲ୍‌ରେ କଥା ହେଉଛନ୍ତି ତେବେ ଏଥିରେ ଲଗାତର ୪୬ ଘଣ୍ଟା ଯାଏ କଥା ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.