Below header

କିଏ ସେହି ଖେଳାଳି, ଯାହାଙ୍କୁ କୁହାଯାଉଛି ପାକିସ୍ତାନର ବିରାଟ କୋହଲୀ !

ପାକିସ୍ତାନ ଏବଂ ଭାରତ ମଧ୍ୟରେ ୧୬ ଜୁନରେ ମ୍ୟାନଚେଷ୍ଟରରେ ହେବାକୁ ଥିବା ୱାର୍ଲ୍ଡ କପ୍ ମୁକାବିଲା ପାଇଁ ଫ୍ୟାନ୍ସ ଏବେ ଠାରୁ ବହୁତ ଉତ୍ସାହିତ ଅଛନ୍ତି। ଏହି ଦିନରେ ଦେଶର ଏକ ରୋମାଞ୍ଚକ ଯୁଦ୍ଧ ହେବାର ଆଶା କରାଯାଉଛି। ୱାର୍ଲ୍ଡ କପରେ ଭାରତ ବିପକ୍ଷରେ ବିଜୟ ପାଇଁ ପାକିସ୍ତାନ ମଧ୍ୟ ଚାହୁଁଛି। ପାକିସ୍ତାନର ପୂର୍ବ ଅଧିନାୟକ ଇଜମାଲ ହକ୍ ନିଜର ଖେଳାଳି ମାନଙ୍କ ମଧ୍ୟରେ ଭରଷା ଦେଖାଇ ଭାରତ ବିପକ୍ଷରେ ପାକିସ୍ତାନକୁ ଜିତିବାର ଆଶା ରଖିଛି। ଭାରତ ଏବଂ ପାକିସ୍ତାନ ଖେଳାଳି ମାନଙ୍କ ମଧ୍ୟରେ ତୁଳନା କରାଯାଉଛି।

babarଭାରତୀୟ ଅଧିନାୟକ ବିରାଟ କୋହଲୀ ଏବଂ ପାକିସ୍ତାନୀ କ୍ରିକେଟର ଅହମ୍ମଦ ଶହଜାଦ ତୁଳନା ଅନେକ ଥର କରାଯାଇସାରିଛି। ୱାର୍ଲ୍ଡ କପର ପ୍ରଥମ ଅଭ୍ୟାସ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଚମକପୂର୍ଣ୍ଣ ଶତକ କରିଥିବା ବାବର ଆଜମଙ୍କୁ ଅଷ୍ଟ୍ରେଲିୟାର ପୂର୍ବ ଅଧିନାୟକ ମାଇକେଲ କ୍ଲର୍କ ପାକିସ୍ତାନର ବିରାଟ କୋହଲୀ ବୋଲି କହିଛନ୍ତି। ଆଜମ ମ୍ୟାଚରେ ୧୦୮ ବଲରେ ୧୧୨ ରନ ପାର କରି ଖେଳିଲେ ଯେଉଁଥିରେ ୧୦ଟି ଚଉକା ଏବଂ ୨ଟି ଛକ୍କା ସାମିଲ ଥିଲା।

babar azamକ୍ଲାର୍କ କହିଛନ୍ତି ‘ବାବର ଆଜମଙ୍କ ପାଖରେ କ୍ଲାସ ଅଛି, ଏଥିରେ କୌଣସି ସନ୍ଦେହ ନାହିଁ। ପାକିସ୍ତାନକୁ ଏହି ୱାର୍ଲ୍ଡ କପ ସେମିଫାଇନାଲ କିମ୍ବା ଫାଇନାଲ ପର୍ଯ୍ୟନ୍ତ ଯାତ୍ରା କରିବାର ନିଷ୍ପତି ନେଇଛି। ତେବେ ବାବର ଆଜମକୁ ଲଗାତର ଭାବରେ ଖେଳିବାକୁ ହେବ। ବାବର ଆଜମ ଏହି ସମୟରେ ପାକିସ୍ତାନର ବିରାଟ କୋହଲୀ ଅଟନ୍ତି। ତାଙ୍କୁ ୱାର୍ଲ୍ଡ କପରେ ଟିମଙ୍କ ପାଇଁ ଭଲ ଖେଳିବାକୁ ପଡିବ। ଜଣାଇବାକୁ ଚାହିଁବୁ ବାବର ଆଜମ କେବଳ ୬୪ ୱାନ-ଡେ ଖେଳିଛନ୍ତି ଏବଂ ଏହି ସମୟରେ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।

ଟି-୨୦ରେ ସର୍ବାଧିକ ୧୦୦୦ ରନ ବନାଇବାର ରେକର୍ଡ ବାବର ଆଜମ ନିଜ ନାମରେ କରିଛନ୍ତି। ଗତ ଦୁଇ ବର୍ଷ କଥା କହିଲେ ବାବର ଆଜମ ୮୦ ଷ୍ଟ୍ରାଇକ ରେଟ ସହିତ ଲଗାତର ରନ କରୁଛନ୍ତି। ଅବଶ୍ୟ ବାବରଙ୍କୁ ବିଶ୍ବାସ ଅଛି ଯେ ସେ ସ୍ଥିତି ଅନୁସାରେ ନିଜର ବ୍ୟାଟିଂରେ ପରିବର୍ତ୍ତନ କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.