ମହାବିଜୟ ପରେ ବାରଣାସୀରେ ନରେନ୍ଦ୍ର ମୋଦି, କାଶୀ ବିଶ୍ୱନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ବାରଣାସୀ ଆସନରୁ ବିଜୟ ଲାଭ ପରେ ପ୍ରଥମ ଥର ବାରଣାସୀ ଗସ୍ତ କରିଛନ୍ତି ମନୋନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କାଶୀ ବିଶ୍ୱନାଥ ଓ ପରେ କାଳ-ଭୈରବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ଆଶୀର୍ବାଦ ନେଇଛନ୍ତି। ଏହା ପରେ ଏକ ବିଶାଳ ରୋଡ ସୋରେ ଲାଲପୁରର ପଣ୍ଡିତ ଦିନଦୟାଲ ହସ୍ତକଳା ପ୍ରେକ୍ଷାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଥମେ ବାରଣାସୀବାସୀ ତାଙ୍କୁ ବିପୁଳ ସମର୍ଥନ ସହ ବିଜୟୀ କରାଇଥିବାରୁ ଧନ୍ୟବାଦ ଦେଇଛନ୍ତି ମୋଦି। ଏହାସହ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.