Below header

କ୍ରିକେଟର ଜୟସୂରିୟାଙ୍କର ମିଥ୍ୟା ମୃତ୍ୟୁ ଖବରକୁ ସତ ଭାବି ବସିଲେ ଏହି ଭାରତୀୟ ଖେଳାଳି

ଶ୍ରୀଲଙ୍କାର ପୂର୍ବତନ ଖେଳାଳି ତଥା ଅଧିନାୟକ ସନଥ ଜୟସୂରିୟାଙ୍କର ମିଥ୍ୟ ମୃତ୍ୟୁ ଖବର ଆସିବା ପରେ ତାହା ନିଆଁ ଭଳି ବ୍ୟପି ଯାଇଥିଲା। କୌଣସି ନ୍ୟୁଜ୍ ମିଡିଆ ଏହି ସମ୍ବନ୍ଧୀୟ କୌଣସି ସୂଚନା ପ୍ରଦାନ କରିନଥିଲେ ମଧ୍ୟ ଖବରଟି ସୋସିଆଲ ମିଡିଆରେ ବ୍ୟପୁଥିବାରୁ ଏହାକୁ କିଛି ଲୋକ ସତ ମାନିନେଇଥିଲେ। ଏହିମାନଙ୍କ ମଧ୍ୟରେ ଜଣେ ଥିଲେ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ୍। ସେ ଟ୍ବିଟର ଯୋଗେ କଣ ଏହା ସତ ଖବର ବୋଲି ତାଙ୍କ ପ୍ରଶଂସକଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାପରେ କିଛି ପ୍ରଶଂସକ ଜୟସୂରିୟାଙ୍କ ମୃତ୍ୟୁ ଖବର ମିଥ୍ୟା ବୋଲି କମେଣ୍ଟ ଦେଇଥିଲେ।


ସୂଚନା ଯୋଗ୍ୟ, କିଛି ଦିନ ପୂର୍ବେ ଶ୍ରୀଲଙ୍କର ପୂର୍ବତନ ଅଧିନାୟକ ଜୟସୂରିୟାଙ୍କ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ଯାହାକୁ ଖଣ୍ଡନ କରି ଖେଳାଳି ପ୍ରତିକ୍ରିୟା ଦେବାକୁ ଯାଇ ସେ କହିଥିଲେ, ମୋ ମୃତ୍ୟୁର ମିଥ୍ୟା ଖବର ଉପରେ ବିଶ୍ବାସ କରନ୍ତୁ ନାହିଁ। ମୁଁ ବର୍ତ୍ତମାନ ଶ୍ରୀଲଙ୍କାରେ ଅଛି ଏବଂ କିଛି ଦିନ ପୂର୍ବେ କାନାଡା ଯାଇଥିଲା। ଏବଂ ମିଡିଆକୁ ମିଥ୍ୟା ଖବର ପ୍ରସାରତ ତଥା ବ୍ୟାପିବା ପାଇଁ ମନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.