Below header

ଭାରତକୁ ପରାସ୍ତରୁ ବଞ୍ଚାଇଲା ଶେଷ ଓଭରରେ ସାମିଙ୍କ ହାଟ୍ରିକ୍; ୧୧ରନରେ ହାରିଲା ଆଫଗାନିସ୍ତାନ

ଆଫଗାନିସ୍ତାନଠାରୁ ବିଜୟୀ ପାଇଁ ନାକେଦମ ହେଲା ଟିମ୍ ଇଣ୍ଡିଆ । ଶେଷ ଓଭରରେ ମିଳିଲା ବିଜୟର ସ୍ୱାଦ । ଏକ ରୋମାଞ୍ଚକର ମୁକିବାଲାରେ ଗୋଟିଏ ବଲ୍ ବାକି ଥାଇ ୧୧ ରନରେ ବିଜୟୀ ହେଲା ଭାରତ । ଶେଷ ଓଭରରେ ସାମିଙ୍କ ହାଟ୍ରିକ ବଳରେ ଜିତିଲା ଟିମ୍ ଇଣ୍ଡିଆ ।

୩୨ ବର୍ଷ ପରେ ବିଶ୍ୱକପରେ ହାଟ୍ରିକ୍ ଓ୍ଵିକେଟ୍ ନେଲେ ସାମି । ୧୯୮୭ରେ ଚେତନ ଶର୍ମା ବିଶ୍ୱକପ୍ରେ ହାଟ୍ରିକ୍ ଓ୍ଵିକେଟ୍ ନେଇଥିଲେ । ଏହା ପରେ ବିଶ୍ୱକପରେ ହାଟ୍ରିକ୍ ଓ୍ଵିକେଟ୍ ନେବାରେ ସାମି ହେଉଛନ୍ତି ଦ୍ୱିତୀୟ ଭାରତୀୟ ବୋଲର । ପ୍ରଥମେ ସେଟ୍ ବ୍ୟାଟ୍ସମ୍ୟାନ୍ ଥିବା ନବୀଙ୍କୁ ଆଉଟ୍ କରିଥିଲେ ସାମି । ଏହା ପରେ ଭାରତ ହାତକୁ ଚାଲି ଆସିଥିଲା ମ୍ୟାଚ୍ । ପରବର୍ତ୍ତୀ ଦୁଇଟି ବଲ୍ରେ ଦୁଇଟି ଓ୍ଵିକେଟ୍ ନେଇ ଟିମ୍କୁ ବିଜୟୀ କରାଇଥିଲେ ସାମି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୨୪ ରନ୍ କରିଥିଲା । ବିରାଟ କୋହଲୀ ୬୭ ଓ କେଦାର ଯାଦବ ୫୨ ରନ୍ କରିଥିଲେ । ୨୨୫ ରନର ବିଜୟ ଲକ୍ଷ ନେଇ ବ୍ୟାଟି କରିଥିବା ଆଫଗାନିସ୍ତାନ ଭଲ ପ୍ରଦର୍ଶନ କରିଥିଲା । ଗୋଟିଏ ଓଭରରେ ଦୁଇ ସେଟ୍ ବ୍ୟାଟ୍ସମ୍ୟାନ୍ ରହମତ୍ ଓ ସାହିଦଙ୍କୁ ଆଉଟ୍ କରିଥିଲେ ବୁମ୍ରା । ଏହି ସଂଘର୍ଷପୂର୍ଣ୍ଣ ବିଜୟ ହାସଲ ପରେ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଭାରତ ।

ଦେଖନ୍ତୁ ସାମିଙ୍କ ‘ହ୍ୟାଟ୍ରିକ୍‌’ର ଭିଡିଓ……

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.