ଫୁଲୁରୀ ତେଲ ପରେ ଆଜିଠାରୁ ମହାପ୍ରଭୁଙ୍କୁ ଓଷ ଲାଗି

ପୁରୀ(କେନ୍ୟୁଜ୍) : ଅନବସରରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବା ପରେ ଆଜିଠାରୁ ଓଷ ଲାଗି ହେବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗୁପ୍ତ ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷଲାଗି କରାଯିବ । ଝୁଣା ଓ ତେଲରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପଦାର୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ ଦଇତାପତି । ଆଜି ଦ୍ୱିପହର ଧୂପ ପରେ ଏହି ଓଷଲାଗି ନୀତି ଅନୁଷ୍ଠିତ ହେବ । ଅନବସରରେ ଥିବା ମହାପ୍ରଭୁଙ୍କ ନିକଟରେ ଏବେ କେବଳ ଚକଟା ଭୋଗ ଓ ପଣା ଲାଗି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.