Below header

ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ୫ଟି ଅର୍ଦ୍ଧଶତକ

ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ୫ଟି ଅର୍ଦ୍ଧଶତକ । ଇଂଲଣ୍ଡ ସହ ଟେଷ୍ଟ ସିରିଜ୍‌ ପୂର୍ବରୁ ଚେମ୍‌ସଫୋର୍ଡ଼ରେ ଅଭ୍ୟାସ ମ୍ୟାଚ୍‌ ଖେଳୁଛି ଟିମ୍‌ ଇଣ୍ଡିଆ । ଏସେକ୍ସ ସହ ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତର ୫ ଜଣ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ଭାରତ ପ୍ରଥମ ଇନଂସ୍‌ରେ କରିଛି ୩୯୫ ରନ୍‌ । ଏହି ତିନି ଦିନିଆ ମ୍ୟାଚ୍‌ର ଆଜି ହେଉଛି ଦ୍ୱିତୀୟ ଦିନ । ଭାରତ ପ୍ରଥମ ଦିନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଖେଳ ଶେଷ ସୁଦ୍ଧା ସ୍କୋର କରିଥିଲା ୬ ଓ୍ଵିକେଟ୍‌ରେ ୩୨୨ ରନ୍‌ । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ପ୍ରଥମ ଇନିଂସ୍‌ରେ ଓପ୍ନର ମୁରଲୀ ବିଜୟ ୫୩, ଅଧିନାୟକ ବିରାଟ କୋହଲି ୬୮, ଲୋକେଶ ରାହୁଲ ୫୮, ଦୀନେଶ କାର୍ତ୍ତିକ ୮୨ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.