Below header

କୋହଲି, ଡୁ ପ୍ଲେସିସ୍‌ ଓ ସିରାଜଙ୍କ ଦମଦାର ଖେଳ, ଆରସିବି ହରାଇଲା ପଞ୍ଜାବ କିଙ୍ଗସକୁ

ଆଜି ଆଇପିଏଲ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସକୁ ୨୪ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ମୋହଲି : ଆଜି ଆଇପିଏଲ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସକୁ ୨୪ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ଆରସିବି ୪ ଓ୍ଵିକେଟ୍‌ରେ ୧୭୪ ରନ୍‌ ସ୍କୋର କରିଥିଲା । ବିରାଟ କୋହଲି ୪୭ ବଲ୍‌ରେ ୫୯ ଏବଂ ଡୁ ପ୍ଲେସିସ୍‌ ୫୬ ବଲ୍‌ରେ ୮୪ ରନ୍‌ କରିଥିଲେ । ପ୍ରଥମ ଓ୍ଵିକେଟ୍‌ରେ ଏହି ଦୁଇ ଓପ୍ନର ୧୩୭ ରନ୍‌ ଯୋଡ଼ିଥିଲେ ।
ଜବାବରେ ପଞ୍ଜାବ କିଙ୍ଗସ ୧୮.୨ ଓଭରରେ ୧୦ଟି ଯାକ ଓ୍ଵିକେଟ୍‌ ହରାଇ ୧୫୦ ରନ୍‌ କରି ପାରିଛି । ଦଳ ପକ୍ଷରୁ ପି. ସିଂହ ୪୬ ଏବଂ ଜିତେଶ ଶର୍ମା ୪୧ ରନ୍‌ କରିଥିଲେ । ଆରସିବି ପକ୍ଷରୁ ମହମ୍ମଦ ସିରାଜ ୪ଟି ଓ୍ଵିକେଟ୍‌ ନେଇ ଦଳକୁ ବିଜୟୀ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.