ଜୁନ ୨୭ରୁ ବଜାରରେ ଉପଲବ୍ଧ ହେବ ପିକ୍ସେଲ ଫୋଲ୍ଡ, ଦାମ୍‌ ପ୍ରାୟ ୧ ଲକ୍ଷ ୫୦ ହଜାର

ଗୁଗୁଲ ଲଞ୍ଚ କରିବ ଏହାର ପ୍ରଥମ ଫୋଲ୍ଡ ଏବଲ ସ୍ମାର୍ଟଫୋନ । ମେ ୧୦ ତାରିଖରେ ହେବାକୁ ଥିବା ଗୁଗୁଲ ଆଇଓ ଇଭେଣ୍ଟରେ ଏହି ଫୋନର ଘୋଷଣା କରିବ କମ୍ପାନୀ । ମେ ୩୦ ତାରିଖରେ ଗୁଗୁଲର ପାର୍ଟନର ଷ୍ଟୋର ମାନଙ୍କଠୁ ଏହି ଫୋନର ପ୍ରି ଅଡର ବୁକ୍‌ କରିପରିବେ । ଜୁନ ୨୭ ତାରିଖରେ କିନ୍ତୁ ଏହି ଫୋନକୁ ଆପଣ ବଜାରରେ ପାଇ ପାରିବେ । ଏହାର ଦାମ୍‌ ପ୍ରାୟ ୧ ଲକ୍ଷ ୫୦ ହଜାର ରହିବ ବୋଲି ଆଶା କରାଯାଉଛି ।

କେନ୍ୟୁଜ୍‌(ବ୍ୟୁରୋ): ଗୁଗୁଲ ଲଞ୍ଚ କରିବ ଏହାର ପ୍ରଥମ ଫୋଲ୍ଡ ଏବଲ ସ୍ମାର୍ଟଫୋନ । ଜୁନ ମାସରେ ଏହା ବଜାରକୁ ଆସିବାକୁ ଯାଉଛି । ମେ ୧୦ ତାରିଖରେ ହେବାକୁ ଥିବା ଗୁଗୁଲ ଆଇଓ ଇଭେଣ୍ଟରେ ଏହି ଫୋନର ଘୋଷଣା କରିବ କମ୍ପାନୀ । ଗୁଗୁଲ ଷ୍ଟୋରରେ ମେ ୧୦ ତାରିଖରେ ଏହି ଫୋନର ପ୍ରି ଅଡର ଉପଲବ୍ଧ ହେବ । ସେହିପରି ମେ ୩୦ ତାରିଖରେ ଗୁଗୁଲର ପାର୍ଟନର ଷ୍ଟୋର ମାନଙ୍କଠୁ ଏହି ଫୋନର ପ୍ରି ଅଡର ବୁକ୍‌ କରିପରିବେ । ଜୁନ ୨୭ ତାରିଖରେ କିନ୍ତୁ ଏହି ଫୋନକୁ ଆପଣ ବଜାରରେ ପାଇ ପାରିବେ । ଏହାର ଦାମ୍‌ ପ୍ରାୟ ୧ ଲକ୍ଷ ୫୦ ହଜାର ରହିବ ବୋଲି ଆଶା କରାଯାଉଛି ।

ଏହି ଫୋନର କୋଡ ନାମ ରହିଛି ଫିଲିକ୍ସ । ଫୋଲ୍ଡ ଏବଲ ଫୋନ ଭିତରେ ଏହାଏକ ଦୀର୍ଘସ୍ଥାୟୀ ଫୋନ ହୋଇ ରହିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ପିକ୍ସେଲ ସିରିଜରେ ଏହା ସବୁଠୁ ଦାମୀ ଫୋନ । ଏହି ଫୋନ ସହ କମ୍ପାନୀ ପକ୍ଷରୁ ବିନା ମୂଲ୍ୟରେ ଗୁଗୁଲ ସ୍ମାର୍ଟ ଓ୍ଵାଚ ମିଳିବ । ଏହାସହ ଏଥିରେ ଟ୍ରେଡ ଇନ ଅପସନ ଉପଲବ୍ଧ ରହିଛି । ଏହି ଫୋନସହ ଗୁଗୁଲ ସ୍ମାର୍ଟ ଓ୍ଵାଚ ଓ ବଡସ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ମିଳିବାକୁ ଯାଉଛି । ବର୍ତ୍ତମାନ ବଜାରରେ ଉପଲବ୍ଧ ଥିବା ସାମସଙ୍ଗ ଫୋଲ୍ଡ ଏବଲ ସ୍ମାର୍ଟଫୋନକୁ ଟକ୍କର ଦେବ ଏହି ଫୋନ । ତେବେ ଆସନ୍ତୁ ନଜର ପକେଇବା ଏହି ଫୋନର ଫିଚର ବାବଦରେ ।

ଏହାର ଡିଜାଇନ ଓ ଲୁକ୍‌କୁ ଦେଖିଲେ ଦୁଇଟି କଲର ଅପସନରେ ଏହା ବଜାରରେ ଉପଲବ୍ଧ ହେବ । ଗୋଟିଏ କଳା ରଙ୍ଗର ହୋଇଥିବା ବେଳେ ଆଉ ଗୋଟିଏ ଧଳା ରଙ୍ଗରେ ଉପଲବ୍ଧ ହେବ । ଫୋନର ପଛ ପାର୍ଶ୍ୱରେ ଗୁଗୁଲର ଏକ ଲୋଗ ରହିଛି । ନଜର ପକାଇବା ଏହାର କ୍ୟାମେରା ଫିଚର ବାବଦରେ । ଫ୍ଲାସ ସହ ଟ୍ରିପଲ କ୍ୟାମେରା ସେଟଅପ୍‌ ଏହି ଫୋନରେ ଆପଣ ଦେଖିବାକୁ ପାଇବେ । ଏହାସହ ଏହାର ଫ୍ରଣ୍ଟ ସାଇଡର ସେକେଣ୍ଡାରୀ ଡିସପ୍ଲେରେ ଏକ ପଞ୍ଚହୋଲ କ୍ୟାମେରା ପାଇପାରିବେ । କହିବାକୁ ଗଲେ ଜବରଦସ୍ତ କ୍ୟାମେରା ଫିଚର ଏହି ଫୋନରେ ଦେଖିବାକୁ ମିଳିବ । ଏହି ଫୋନଟି ଓ୍ଵାଟର ରେଜିଟାନ୍ସ ଫିଚରରେ ଆସିବାକୁ ଯାଉଛି । ଯାହା ଏହି ଫୋନର ଏକ ଭଲ ଫିଚର ବୋଲି କୁହାଯାଇ ପାରିବ । ଅର୍ଥାତ ଆପଣଙ୍କ ଡିଭାଇସକୁ ଏହି ଫିଚର ପାଣିର କୁପ୍ରଭାବରୁ ରକ୍ଷା କରିବ । ଆପଣଙ୍କ ପିକ୍ସେଲ ଫୋଲ୍ଡ ପାଣିରେ ପଡ଼ିଗଲେ ମଧ୍ୟ ଏହା ଖରାପ ହେବନାହିଁ ।

ସେହିପରି ଏହି ଫୋନ ଭଲ ବ୍ୟାଟେରୀ ବ୍ୟାକଅପ ସହ ଆସିବାକୁ ଯାଉଛି । ଏହାର ବ୍ୟାଟେରୀ ବେକଅପ ୨୪ ଘଣ୍ଟା ରହିଥିବା ବେଳେ । ଲୋ ପାଓ୍ଵାର ମୋଡରେ ୭୨ ଘଣ୍ଟାର ବେକଅପ ମିଳିବ । ଫଳରେ ଆପଣ ଆପଣଙ୍କ ପିକ୍ସେଲ ଫୋଲ୍ଡକୁ ଥରେ ଚାର୍ଜ କରି ତିନିଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । ଏହାସହ ଏହା ପକେଟ ଫ୍ରେଣ୍ଡଲି 5.8 ଇଞ୍ଚର ଡିସପ୍ଲେ ସାଇଜରେ ଆସିବାକୁ ଯାଉଛି । ଯାହା ଆପଣଙ୍କ ପକେଟରେ ଆରାମରେ ଫିଟ ହୋଇ ପାରିବ । ଏଥିରେ ଆପଣ 7.6 ଇଞ୍ଚର ସ୍କ୍ରିନ ପାଇ ପାରିବେ । ଅର୍ଥାତ ଆପଣ ଏହି ଫୋନରେ ଟାବଲେଟର ମଜା ଉଠାଇ ପାରିବେ । ଏଥିରେ ଆପଣଙ୍କୁ Tensor G2 CPU ଚିପସେଟ୍‌ ମିଳିବାକୁ ଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.