Below header

ବିଶ୍ୱରେ ଚମକିବ ସ୍କିଲଡ ଇନ ଓଡ଼ିଶା, ରାଜ୍ୟର ଲକ୍ଷେ ଯୁବକଯୁବତୀଙ୍କୁ ଫ୍ୟୁଚର ଟେକ୍ନୋଲୋଜି ଉପରେ ଦିଆଯିବ ଟ୍ରେନିଂ

ନୂଆ ବିଶ୍ୱ ପାଇଁ ଦକ୍ଷତା ବିଷୟକୁ ନେଇ ଆୟୋଜିତ ହେଉଛି ଏହି ତିନି ଦିନିଆ ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩ । ଏଥିରେ ବିଭିନ୍ନ ଷ୍ଟାର୍ଟଅପ୍‌ ଅଂଶଗ୍ରହଣ କରିଛନ୍ତି । କନକ୍ଲେଭରେ ମୋଟ ୨୦ଟି ଏମଓୟୁ ସ୍ୱାକ୍ଷରିତ ହେବ । ଆଜି ଦକ୍ଷତା ବିକାଶ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ୫ଟି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩ । ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,ସମୟାନୁସାରେ ବଦଳୁଛି ବୈଷୟିକ ଜ୍ଞାନ କୌଶଳ । ଏକବିଂଶ ଶତାବ୍ଦୀରେ ସଫଳତା ପାଇଁ ଯୁବପିଢ଼ି ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷତା ହାସଲ କରିବା ଦରକାର । ରାଜ୍ୟର ଲକ୍ଷେ ଯୁବକଯୁବତୀଙ୍କୁ କ୍ଲାଉଡ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ଡେଟା ସାଇନ୍‌ସ, ୩-D ପ୍ରିଣ୍ଟିଂ ଆଦି ଉପରେ ଟ୍ରେନିଂ ଦିଆଯିବ । ଏଥିପାଇଁ ବଜେଟରେ ନୂଆ ସ୍କିମ-ନୂଆ ଓଡ଼ିଶାରେ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍କିଲ୍‌ଡ ଇନ୍‌ ଓଡ଼ିଶା ବିଶ୍ୱରେ ଚମକିବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱ ବଜାରରେ ସ୍କିଲ୍‌ଡ-ଇନ-ଓଡ଼ିଶା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ଓ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଏହି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ।

 ନୂଆ ବିଶ୍ୱ ପାଇଁ ଦକ୍ଷତା ବିଷୟକୁ ନେଇ ଆୟୋଜିତ ହେଉଛି ଏହି ତିନି ଦିନିଆ ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩ । ଏଥିରେ ବିଭିନ୍ନ ଷ୍ଟାର୍ଟଅପ୍‌ ଅଂଶଗ୍ରହଣ କରିଛନ୍ତି । କନକ୍ଲେଭରେ ମୋଟ ୨୦ଟି ଏମଓୟୁ ସ୍ୱାକ୍ଷରିତ ହେବ । ଆଜି ଦକ୍ଷତା ବିକାଶ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ୫ଟି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏହି କନକ୍ଲେଭ ଭାରତ ତଥା ବିଶ୍ୱର ଶିକ୍ଷାର୍ଥୀ ଓ ଦକ୍ଷତା ବିକାଶ ଉପକ୍ରମରେ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ସୁଯୋଗ ଆଣିଦେବ । ଓଡ଼ିଶା ସରକାର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସହ ଶିଳ୍ପ ସହଯୋଗୀ ଭାବେ ଫିକ୍କି ପକ୍ଷରୁ ଏହି କନକ୍ଲେଭ ଆୟୋଜନ କରାଯାଇଛି । ମେଗା ସ୍କିଲ ପ୍ରଦର୍ଶନୀ ବୁଲିବା ପାଇଁ ୩ ଦିନ ଯାକ ଅପରାହ୍‌ଣ ୪ଟାରୁ ରାତି ୯ଟା ଯାଏ ସର୍ବସାଧାରଣଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.