Below header

ପଞ୍ଜାବକୁ ରୋକିଲା ରାଜସ୍ଥାନ, ୭ ୱିକେଟରେ ହାରିଲା କିଙ୍ଗସ ଇଲେଭେନ୍‌ ପଞ୍ଜାବ

ଆଇପିଏଲର ୫୦ ତମ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ୭ ଓ୍ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହାସହ ପ୍ଲେ ଅଫରେ ଖେଳିବା ନେଇ ଆଶାକୁ ଉଜ୍ଜୀବିତ ରଖିଛି। ପଞ୍ଜାବ ପକ୍ଷରୁ ଧାର‌୍ୟ୍ୟ ୧୮୬ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୭.୩ ଓଭରରେ ହାସଲ କରିନେଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ମନଦୀପ ସିଂହ ଖାତା ଖୋଲିବା ପୂର୍ବରୁ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହା ପରେ ଅଧିନାୟକ କେଏଲ ରାହୁଲ ଓ କ୍ରିସ ଗେଲ୍ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍ଥିତି ମଜବୁତ କରିବା ସହ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ୧୨୧ ରନ ସ୍କୋରରେ କେଏଲ ରାହୁଲ ୪୬ ରନ କରି ପାଭିଲିୟନ ଫେରିଥିଲେ।

୧୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ସଞ୍ଜୁ ସାମସନଙ୍କ ଲଢୁଆ ଇନିଂସ ଓ ବେନ ଷ୍ଟୋକସଙ୍କ ଅର୍ଧଶତକ ବଳରେ ୭ ଓ୍ୱିକେଟ୍ ହରାଇ ବିଜୟୀ ହୋଇଥିଲା । ସାମସନ ୪୮ ରନ୍ କରିଥିବା ବେଳେ ଷ୍ଟୋକର ୫୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନ ଉଥାପ୍ପା ୩୦ ରନ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.