ଅସ୍ତରଙ୍ଗ ଅଞ୍ଚଳ ପାଇଁ ନୂଆ ଆଶାର ସଂଚାର, ପ୍ରାକୃତିକ ଗ୍ଯାସ ସହ ତୈଳର ସନ୍ଧାନ ପାଇଁ ସର୍ଭେ ଆରମ୍ଭ

କାକଟପୁର: ସମୁଦ୍ରତଟ ସହ ମହାନଦୀ ଅବବାହିକାରେ ପ୍ରାକୃତିକ ଗ୍ଯାସ ସହ ତୈଳର ସନ୍ଧାନ ପାଇଁ ଭାରତୀୟ ତୈଳ ନିଗମ ଦ୍ଵାରା ଏକ ଦୀର୍ଘସୂତ୍ରୀ ଯୋଜନାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି | ବିଶେଷ କରି ପୁରୀ ଜିଲ୍ଲାର ସମୁଦ୍ରତଟ ବର୍ତୀ ଅସ୍ତରଙ୍ଗ ,କାକଟପୁର ଓ କୋଣାର୍କ ଅଞ୍ଚଳରେ ସର୍ଭେ କାର୍ଯ୍ୟ ଆଗକୁ ଚାଲିଛି | ତୈଳ କମ୍ପାନୀ ପ୍ରଥମେ ସର୍ଭେ କାର୍ଯ୍ୟ କରିବାପରେ ଏବେ ବିଭିନ୍ନ ସ୍ଥାନରେ ବୋରୋଓେ୍ୱେଲ କରାଯାଇ ଡିନାମାଇଟ ଦ୍ଵାରା ବିସ୍ଫୋରଣ କରାଯାଉଛି | ଏହି କାର୍ଯ୍ୟ ପ୍ରଥମେ ଅସ୍ତରଙ୍ଗ ଅଞ୍ଚଳରୁ ଆରମ୍ଭ କରାଯାଇ ଏହା ଏବେ ଦ୍ରୁତଗତିରେ ଆଗକୁ ଚାଲିଛି | ଯାହାଫଳରେ ଏଠାରେ ପ୍ରାକୃତିକ ଗ୍ଯାସ ସହ ତୈଳ ଥିବାର ନୂଆ ଆଶା ସଂଚାର ହୋଇଛି |

oil india limited ର ଏକ ଚିଠି ଓ ପୁରିଜିଲ୍ଲାପାଳଙ୍କ ଏକ ଚିଠିର ନିର୍ଦେଶ ବଳରେ oil india limited ପକ୍ଷରୁ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସର୍ଭେ କାର୍ଯ୍ୟରେ ନିଯୋଜିତ ଆନ୍ଧ୍ର ଓ କଲିକତାରୁ ଆଶିଥିବା ବିଭିନ୍ନ ଠିକା ସଂସ୍ଥା ଅସ୍ତରଙ୍ଗ ଅଞ୍ଚଳରେ କେତେ ମାତ୍ରାରେ ତୈଳ ସହ ଗ୍ଯାସ ଅଛି ତାର ସନ୍ଧାନରେ ଲାଗିପଡିଛନ୍ତି | ସଂସ୍ଥା ଏହି ସର୍ଭେ କାର୍ଯ୍ୟରେ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ବ୍ଯବହାର କରୁଥିବା ଦେଖିବାକୁ ମିଳିଛି | ପ୍ରାଥମିକ ଭାବରେ ସ୍ଯାଟଲାଇଟ ଚିତ୍ର ମାଧ୍ୟମରେ ଏହି ପ୍ରକ୍ରିୟାକୁ ଆଗକୁ ନିଆଯାଉଛି | କମ୍ପାନୀ ପକ୍ଷରୁ ସର୍ଭେ ଲାଇନ ଅଞ୍ଚଳରେ ପ୍ରତି ୬୦ ମିଟର ବ୍ଯବଧାନରେ ୭୦ ରୁ ୧୦୦ ଫୁଟର ବୋରୱେଲ କରାଯାଉଛି ଓ ଶହଶହ ମିଟର କେବୁଲ ବିଛାଯାଇ ସେଥିରେ ବିଭିନ୍ନ ଡିଟେକ୍ଟର ଯନ୍ତ୍ରାଅଂଶ ଲଗାଯାଉଛି |

oilତାପରେ ବୋରୱେଲ ମାଧ୍ୟମ ରେ କରାଯାଇଥିବା ଗର୍ତ ଦେଇ ମାଟିତଳକୁ ଡିନାମାଇଟକୁ ପ୍ରବେଶ କରାଇ ବିଦ୍ୟୁତ ସଂଯୋଗରେ ବିସ୍ଫୋରଣ କରାଯାଉଛି | ଏହି ବିସ୍ଫୋରଣ ସମୟରେ ମାଟିତଳେ ଭୀଷଣ ଶବ୍ଦ ସୃଷ୍ଟି ହେବାସହ ଭୂମିକମ୍ପ ପରି ମାଟି ଥରିଉଠୁଛି। ଏହାପରେ ବୋରୱେଲରୁ ପାଣି ବାହାରି ଉପରକୁ ପ୍ରାୟ ୧୦୦ ଫୁଟ ପର୍ଯ୍ୟନ୍ତ ଉଠିଯାଉଛି | ଏହି ବିସ୍ଫୋରଣ ସମୟରେ ମାଟିତଳେ ସୃଷ୍ଟି ହେଉଥିବା ଧୋନୀ ତରଙ୍ଗକୁ କେବୁଲ ଦ୍ଵାରା ମାଟି ଉପରେ ଲଗାଯାଇଥିବା ଡିଟେକ୍ଟର ସାହାଯ୍ୟରେ ସ୍ଯାଟଲାଇଟ ଦ୍ଵାରା କମ୍ପୁଟର ସ୍କ୍ରିନ ରେ କ୍ୟାପଚର କରାଯାଉଛି | ଏହି ଜ୍ଞାନ କୌଶଳ ଦ୍ଵାରା ଭୂତଳରେ କେତେପରିମାଣର ତୈଳ ଓ ଗ୍ଯାସ ରହିଛି ପ୍ରାଥମିକ ସ୍ତରରେ କିଛି ଆଭାଷ ମିଳିପାରିବ |

ଏହି ତୈଳ ସର୍ଭେ ସମୟରେ କମ୍ପାନୀର ବହୁ ପଦଧିକାରୀମାନେ ପ୍ରତିଦିନ ଅସ୍ତରଙ୍ଗ ଆଶି ଏହି କାର୍ଯ୍ୟକୁ ତଦାରଖ କରୁଛନ୍ତି | ଏହି ତୈଳ ସର୍ଭେ ଅସ୍ତରଙ୍ଗ ଠାରୁ ଆରମ୍ଭ ହୋଇ କାକଟପୁର ,ଗୋପ ଦେଇ କୋଣାର୍କ ପର୍ଯ୍ୟନ୍ତ ଜୀବବୋଲି କମ୍ପାନୀ ପକ୍ଷରୁ ନକ୍ଶା ପ୍ରସ୍ତୁତ କରାଯାଇଛି | ଅସ୍ତରଙ୍ଗ ଅଞ୍ଚଳର ମାଟିତଳେ ମାଟିତଳେ ତୈଳ ଓ ଗ୍ଯାସ ଭଣ୍ଡାର ର ସନ୍ଧାନ ମିଳିଲେ ଅସ୍ତରଙ୍ଗ ଅଞ୍ଚଳ ର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କେତେକ ସ୍ଥାନୀୟ ବାଶି ଆଶା ରଖିଛନ୍ତି |

ଏହି ବୋରୱେଲ ଓ ବିସ୍ଫୋରଣ ସମୟରେ ଚାଷୀ ମାନଙ୍କ ଚାଷଜମି ନଷ୍ଟହେଉଥିବା ଅଭିଯୋଗ ଅଶିଛି | ଯାହା ଫଳରେ ଅସ୍ତରଙ୍ଗ ଅଞ୍ଚଳରେ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି | ଏହି ସର୍ଭେ ରେ କ୍ଷ୍ୟତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ କ୍ଷତିଭରଣା କରିବାକୁ ଚାଷୀମାନେ ଦାବି କରିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.