ଖାଲିପଡିଛି ୫୭୧ ଅଧ୍ୟାପକ ପଦବୀ, ଦରମା ମାସକୁ ୧.୫ ଲକ୍ଷ

ଆପଣ ଅଧ୍ୟାପକ ଚାକିରି କରିବାକୁ ଇଚ୍ଛୁକ । ତେବେ ଜଲଦି କରନ୍ତୁ ଆବେଦନ । ଉତ୍ତରାଖଣ୍ଡ ଲୋକ ସେବା ଆୟୋଗରେ ଖାଲିପଡିଛି ଅନେକ ଅଧ୍ୟାପକ ପଦବୀ । ଏଠାରେ ୫୭୧ରେ ନିଯୁକ୍‌ତି ହେଉଛି । ଏହି ଖାଲିପଡିଥିବା ପଦବୀରେ ଆବେଦନ କରିବାର ଶେଷ ତାରିଖ ୩୦ ଡିସେମ୍ବର ରହିଛି । ଏହି ନିଯୁକ୍‌ତିରେ ଚୟନ ହୋଇଥିବା ଯୋଗ୍ୟ ପ୍ରାଥୀଁଙ୍କୁ ମାସକୁ ୪୭,୬୦୦ଟଙ୍କାରୁ ୧,୫୧,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ପଦବୀ ବିବରଣୀ:
ଅଧ୍ୟାପକ କ୍ୟାଡର (ଜେନେରାଲ ବ୍ରାଞ୍ଚ): ୫୪୪
ଅଧ୍ୟାପକ କ୍ୟାଡର(ଫିମେଲ ବ୍ରାଞ୍ଚ): ୨୭

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିଥୁବା ବ୍ୟକ୍‌ତି କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ଏବଂ ବିଏଡ୍ .. ଡିପ୍ଲୋମା କରିଥିବା ଆବଶ୍ୟକ ।

job

ବୟସ ସୀମା: ଏହି ପଦରେ ଆବେଦନ କରିବାର ବୟସ ସୀମା ୨୧ ବର୍ଷରୁ ୪୨ ବର୍ଷ ରହିଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ: ଅନଲାଇନ ଆବେଦନପତ୍ର ଜମା କରିବାର ଶେଷ ତାରିଖ ୩୦ ଡିସେମ୍ବର ରହିଛି ।

ଏମିତି କରନ୍ତୁ ଆବେଦନ: ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଧିକାରକ ୱେବସାଇଟକୁ ଯାଇ ନୋଟିଫିକେସନ ପଢି ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ…

https://ukpsc.gov.in/files/Vigyapan.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.