Below header

ଖାଦ୍ୟପେୟରେ ଏହି ସବୁ ଜିନିଷ ସାମିଲ କଲେ ଆଉ ଖାଇବାକୁ ପଡ଼ିବନି ବ୍ଲଡ଼ ପ୍ରେସର ଔଷଧ

ହାଇ ବ୍ଲଡ଼ ପ୍ରେସର ହେଉ ବା ଲୋ ବ୍ଲଡ଼ପ୍ରେସର ହେଉ ଉଭୟ ଶରୀର ପାଇଁ କ୍ଷତିକାରକ । ଅନେକ ଜଣ ନିଜ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଔଷଧ ସେବନ କରିବା ସହ ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତି । ହୁଏତ ଜାଣି ନଥିବେ ଦୈନନ୍ଦିନ ଜୀବନଶୈଳୀର ପ୍ରଭାବ ଶରୀରର ରକ୍ତଚାପ ଉପରେ ସର୍ବାଧିକ ପଡିଥାଏ । ଅନ୍ୟପକ୍ଷରେ, ଦୀର୍ଘଦିନ ଧରି ନିୟମିତ ବ୍ଲଡ଼ପ୍ରେସର ଔଷଧ ସେବନ ଶରୀର ଉପରେ କୁପ୍ରଭାବ ବି ପକାଇପାରେ । ତେଣୁ କେବଳ ଔଷଧ ଉପରେ ନିର୍ଭର ନ କରି ଖାଦ୍ୟପେୟ ଓ ଜୀବନଚର୍ଯ୍ୟାକୁ ନେଇ ସଚେତନ ହେଲେ ରକ୍ତଚାପ ନିୟନ୍ତ୍ରଣକୁ ଆସିବା ସହ ଶରୀର ମଧ୍ୟ ସୁସ୍ଥ ରହିବ । ତେବେ ଆସନ୍ତୁ ଏବିଷୟରେ ଜାଣିରଖିବା ।

blood pressure

ବାଦାମ:

ପେସ୍ତାବାଦାମରେ ଓମେଗା-3 ଫ୍ୟାଟି ଏସିଡ ସହିତ ପୋଟାସିୟମ ଭରପୂର ମାତ୍ରାରେ ଅଛି । ଯାହାକି ହାର୍ଟକୁ ସୁସ୍ଥ ରଖିବା ସହିତ ହୃଦରୋଗରୁ ମଧ୍ୟ ରକ୍ଷା ଦେଇଥାଏ । ରାତିରେ ଗୋଟେ ମୁଠା ବା 4 ରୁ 5ଟି ବାଦାମ ଭିଜାଇ ପର ଦିନ ସକାଳେ ଖାଇଲେ ବେଶ ଲାଭ ମିଳିଥାଏ ।

 

Banana-HD-Images-4-whb #BananaHDImages #Banana #fruit #wallpapers  #hdwallpapers | Banana health benefits, Banana benefits, Banana facial

 

 

କଦଳୀ:

ବଜାରରେ କଦଳୀ ଖୁବ ସହଜରେ ଓ ସୁଲଭ ମୂଲ୍ୟରେ ମିଳିଥାଏ । ଆପଣ ହୁଏତ ଜାଣି ନଥିବେ ଏହି ସାଧାରଣ ଫଳ ଟିରେ ଅସାଧାରଣ ଗୁଣ ରହିଛି । ଏଥିରେ ପ୍ରଚୁର ପରିମାଣରେ ଥିବା ପୋଟାସିୟମ ଏକ ବାସୋଡ଼ିଲେଟର ରୂପେ କାମ କରିଥାଏ । ଯାହାକି ଅତିରିକ୍ତ ସୋଡିୟମକୁ ପରିସ୍ରା ମାଧ୍ୟମରେ ନିଷ୍କାସନ କରିଦିଏ ।

blood

 

ପାଳଙ୍ଗ ଶାଗ:

ଏତେଟା ସ୍ୱଦକର ହୋଇନଥିଲେ ମଧ୍ୟ ପାଲଂଗରେ ପ୍ରଚୁର ପୋଟାସିୟମ ରହିଛି । ଏହା ସହ ଫୋଲେଟ ସହ ମ୍ୟାଗନେସିୟମ ବି ରହିଛି ।ଆପଣ ଏହାକୁ ସାଲାଡ଼, ସୁପ, ତରକାରୀ ରୂପରେ ଖାଇପାରିବେ ।

ଲୋ ଫ୍ୟାଟ ଦହି:

ଲୋ ଫ୍ୟାଟ ଯୁକ୍ତ ଦହିର ସପ୍ତାହକୁ ଅତି କମରେ ଦୁଇ ଥର ସେବନ କଲେ ବ୍ଲଡ଼ ପ୍ରେସର ଜନିତ ରୋଗରୁ ମୁକ୍ତି ମିଳିଥାଏ । ଏହା ସହ ଶରୀରର ଅନ୍ୟ ସମସ୍ୟାରୁ ବି ମୁକ୍ତି ମିଳିଥାଏ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.