ଭୁବନେଶ୍ବର: ଆସନ୍ତା ୧୬ରୁ ଖୋଲିବ ରାଜ୍ୟର ସ୍କୁଲ । କରୋନା କଟକଣା ମଧ୍ୟରେ ୯ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଯିବେ । ରାଜ୍ୟ ସରକାରଙ୍କ ନଭେମ୍ବର ଗାଇଡଲାଇନରେ ଏ ନେଇ ସୂଚନା ଦିଆଯାଇଛି ।
ସେହିପରି ଜିଲ୍ଲାପାଳ ଅନୁମତି ଦେଲେ ଧର୍ମାନୁଷ୍ଠାନ ଖୋଲିପାରିବେ । ବାହାଘର ଭୋଜିରେ ୨୦୦ ଲୋକ ଉପସ୍ଥିତ ରହିପାରିବେ । ତେବେ କଣ୍ଟେନ୍ମେଣ୍ଟ ଜୋନ୍ରେ କଟକଣା ଜାରି ରହିବ।