ହୋଇଗଲା ଘୋଷଣା, ଶେଷରେ ରବି ଶାସ୍ତ୍ରୀ ହେଲେ ଭାରତୀୟ କ୍ରିକେଟ ଟିମର ହେଡ୍ କୋଚ୍

ଭାରତୀୟ କ୍ରିକେଟ ଟିମର ହେଡ କୋଚ ପଦ ପାଇଁ ଚାଲୁଥିବା ଅଙ୍କ କଷା ଆଜି ଶେଷ ହୋଇଛି। ଏହି ପଦ ପାଇଁ ୬ ଜଣ ସର୍ଟ ଲିଷ୍ଟରେ ଥିଲେ କିନ୍ତୁ ଆଜି ସଂଧ୍ୟାରେ ହୋଇଥିବା ପ୍ରେସ କନଫେରେନ୍ସରେ ପୁଣି ଥରେ ରବି ଶାସ୍ତ୍ରୀଙ୍କ ନାମରେ ମୋହର ଲଗାଯାଇଛି। ଆରମ୍ଭରୁ ହିଁ ଅନୁମାନ କରାଯାଉଥିଲା ଯେ ତ୍ରୁତୀୟ ଥର ପାଇଁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ପଦ ସମ୍ଭାଳିବେ ରବି ଶାସ୍ତ୍ରୀ ଏବଂ ଏମିତି ହିଁ ହେଲା।

ଟିମ ଇଣ୍ଡିଆର ହେଡ କୋଚ ପଦ ପାଇଁ ୨ ହଜାରରୁ ଅଧିକ ଆବେଦନ ଆସିଥିଲା। ଯାହାପରେ କପିଲ ଦେବଙ୍କ ଅନୁଗାମିରେ ତିନି ସଂସଦୀୟ କ୍ରିକେଟ ଆଡଭାଇଜର କାଉନସିଲ ୬ ଜଣଙ୍କୁ ସର୍ଟ ଲିଷ୍ଟ କରିଥିଲେ। ଏହି ୬ଜଣ ସର୍ଟ ଲିଷ୍ଟେଡଙ୍କ ମଧ୍ୟରୁ ୩ ଜଣ ଥିଲେ ବିଦେଶୀ ଆବେଦନକାରୀ।