ବ୍ୟବସାୟରେ କ୍ଷତି ଯୋଗୁଁ ପରିବାରର ସମସ୍ତଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ବ୍ୟବସାୟୀ

ନିଜ ପରିବାରକୁ ନିଶ୍ଚିହ୍ନ କରିଦେଲେ ଜଣେ ଯୁବ ବ୍ୟବସାୟୀ । ବ୍ୟବସାୟରେ କ୍ଷତି ଯୋଗୁଁ ଏଭଳି କାର୍ଯ୍ୟ କରିଛନ୍ତି କର୍ଣ୍ଣାଟକ ମହଶୂରର ବ୍ୟବସାୟୀ ଓମ ପ୍ରକାଶ ଭଟ୍ଟାଚାର୍ଯ୍ୟ । ଯେକେହି ବି ଆଶ୍ଚର୍ଯ୍ୟ ହେଉଛି କେମିତି ଏଭଳି ଜଘନ୍ୟକାଣ୍ଡ କରିପାରିଲା ଜଣେ ବ୍ୟକ୍ତି । ଆଗେ ନିଜ ବାପା ମାଆଙ୍କୁ ତା ପରେ ନିଜ ଗର୍ଭବତୀ ପତ୍ନୀ ଓ ପୁଅକୁ ଗୁଳି ମାରି ହତ୍ୟା କଲା । ଆଉ ଶେଷରେ ସେଇ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲା ।

GUN

ଘଟଣା ଘଟିଛି କର୍ଣ୍ଣାଟକ ଚାମରାଜନଗର ଜିଲ୍ଲା ଉଟି ରୋଡ୍‌ରେ । ଗୁରୁବାର ଦିନ ମହୀଶୂରର ଓମ୍‌ ପ୍ରକାଶ ଭଟ୍ଟାଚାର୍ଯ୍ୟ ନିଜ ପୂରା ପରିବାରକୁ ଧରି ବୁଲିବାକୁ ବାହାରିଲେ । ଘର ଠାରୁ ପ୍ରାୟ ୬୦ କିଲୋମିଟର ଦୂର ଗୁଣ୍ଡଲୁପେଟକୁ ଆସିଥିଲେ ବୁଲିବା ପାଇଁ । ସେଠାକାର ନନ୍ଦୀ ଲଜରେ ଏକ ରୁମ୍‌ ବୁକ୍‌ କରିଥିଲେ ଓମ୍‌ । ଯାହା ତାଙ୍କର ଜଣେ ବନ୍ଧୁଙ୍କର ଥିଲା । ପୂରା ପରିବାର ସେଠାରେ ରାତିରେ ରହିଲେ ମଧ୍ୟ । ଆଉ ଶୁକ୍ରବାର ସକାଳୁ ଓମ ପ୍ରକାଶ ସମସ୍ତଙ୍କୁ ନେଇ ଲଜ୍‌ ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂର ଏକ ବେସରକାରୀ ସ୍କୁଲ ନିକଟରେ ପହଞ୍ଚିଲେ । ତା ପରେ ଯାହା ହେଲା କଳ୍ପନା ବାହାରେ ଥିଲା ।

OMPRAKASH-3

ଅଚାନକ ଓମ୍‌ ପ୍ରକାଶ ଆରମ୍ଭ କରିଥିଲେ ସଂହାର ଲୀଳା । ନିଜ ପକେଟ୍‌ରୁ ରିଭଲଭର୍‌ ବାହାର କରି ଜଣ ଜଣ କରି ସମସ୍ତଙ୍କୁ ଗୁଳି କରି ଚାଲିଲେ । ବାପା ନାଗରାଜ ଭଟ୍ଟଚାର୍ଯ୍ୟ, ମା ହେମା, ପତ୍ନୀ ନିକିତା ଏବଂ ୪ ବର୍ଷର ପୁଅ ଆରୟା କ୍ରିଷ୍ଣା ଟଳି ପଡ଼ିଥିଲେ ସେଇଠି । ଆଉ ଶେଷରେ ନିଜକୁ ଗୁଳି କରି ଦେଲେ । ସମସ୍ତଙ୍କ କପାଳରେ ଗୁଳି ବାଜିଥିବା ବେଳେ ଓମ ପ୍ରକାଶ ନିଜ ପାଟିରେ ରିଭଲଭର ଭର୍ତ୍ତି କରି ସୁଟ୍‌ କରିଥିଲେ ।
ଗୁଳି ଶବ୍ଦରେ ସ୍ଥାନୀୟ ଲୋକମାନେ ସେଠାକୁ ଦୌଡ଼ି ଆସିଲେ । ହେଲେ ଏମିତି କଣ ହେଲା କିଛି ବୁଝି ପାରି ନଥିଲେ । ଲୋଟି ପଡ଼ିଥିଲା ପାଞ୍ଚ ଜଣଙ୍କ ରକ୍ତ ଜୁଡୁବୁଡୁ ଦେହ । ସେମାନେ ତୁରନ୍ତ ପୋଲିସ୍‌କୁ ଖବର ଦେଲେ । ପୋଲିସ୍‌ ଆସି ପହଞ୍ଚିଲା ବେଳକୁ ଆଉ କାହା ଦେହରେ ବି ଜୀବନ ନଥିଲା ।
ରିଭଲଭର୍‌ ସହ ଶବ ସବୁକୁ ଜବତ କରି ପୋଲିସ୍‌ ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି । ହେଲେ ଜାଣି ପାରୁନି ଓମପ୍ରକାଶ ଏଭଳି କାଣ୍ଡ କାହିଁକି ଘଟାଇଲେ । ଆଗକୁ ତଦନ୍ତ ହେଲେ ହୁଏତ ପୂରା ଘଟଣା ଉପରୁ ରହସ୍ୟ ହଟିବ । ତେବେ ବ୍ୟବସାୟରେ ଭୀଷଣ କ୍ଷତି ଯୋଗୁଁ ଓମ୍‌ ପ୍ରକାଶ ଏଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ୍‌ ସନ୍ଦେହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.