‘ମହାକାଶ’ରେ ପ୍ରଥମ ଥର ହେଲା ‘ଡିଜେ ଡ୍ୟାନ୍ସ’, ଭିଡିଓ ଭାଇରାଲ
![spa1](https://knewsodisha.com/wp-content/uploads/2019/08/spa1.jpg)
ଇଟାଲିର ଲୁକା ପରମିଟାନୋ ସ୍ପେସ୍ରେ ଡିଜେ ଡ୍ୟାନ୍ସ କରୁଥିବା ପ୍ରଥମ ମହାକାଶ ଯାତ୍ରୀ ବନିଯାଇଛନ୍ତି। ଲୁକା ଅନ୍ତର୍ରାଷ୍ଟ୍ରୀୟ ମହାକାଶ ଷ୍ଟେଶନରେ ଡିଜେ ଧୁନ୍ରେ ଡ୍ୟାନ୍ସ କରିଛନ୍ତି। ସେ ଏକ ଡିଭାଇସ୍ ଜରିଆରେ ଡିଜେ ଡ୍ୟାନ୍ସକୁ ଲାଇଭ୍ ଶୋ’ ମଧ୍ୟ କରିଥିଲେ। ଏହି ଡ୍ୟାନ୍ସର ପ୍ରସ୍ତୁତି ପୂର୍ବରୁ ହୋଇଥିଲା। ତାଙ୍କ ସହିତ ଇଟାଲିର ଲୋକମାନେ ମଧ୍ୟ ସେହି ଧୁନରେ ନାଚି ଉଠିଥିଲେ। ଡ୍ୟାନ୍ସ କରିବା ସମୟରେ ଲୁକା ଡିଭାଇସରେ ଧୁନ୍ ବଦଳାଉଥିବାର ଦେଖାଯାଇଥିଲା। ଲୁକାଙ୍କ ଶରୀର ଏପଟ ସେପଟ ହେଉଥିବା ବେଳେ ମଝିରେ ମଝିରେ ସେ ଓଲଟା ବି ହୋଇଯାଉଥିଲେ।
ଲୁକା ଏକ ସନ୍ଦେଶରେ କହିଥିଲେ, ‘ସଙ୍ଗୀତ ଏକ ସାର୍ବଭୌମିକ ଭାଷା। ମୁଁ ଜଣେ ଡିଜେ ନୁହେଁ। କିନ୍ତୁ ପୁଣି ବି ଏମିତି କରିବାକୁ ଚେଷ୍ଟା କରୁଛି।’ ଲୁକା ନିଜ ସେଟ୍ ଉପରେ ଡ୍ୟାନ୍ସ କରିବା ପାଇଁ ଏକ ଟ୍ୟାବଲେଟ ବ୍ୟବହାର କରିଥିଲେ। ତେବେ ତାଙ୍କର ଏହି ଡ୍ୟାନ୍ସ ସାରା ବିଶ୍ୱରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି।
Luca Parmitano – First ever DJ set performed at International Space Station pic.twitter.com/FoyYZHtgk3
— RT (@RT_com) August 15, 2019