ମୁମ୍ବାଇ ଇଣ୍ଡିଆନ୍ସକୁ ୮ ଓ୍ଵିକେଟରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ରୋହିତ ଶର୍ମାଙ୍କୁ ହରାଇଲେ ବିରାଟ କୋହଲି । ମୁମ୍ବାଇ ଇଣ୍ଡିଆନ୍ସକୁ ୮ ଓ୍ଵିକେଟରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ଅଭିଯାନ ଆରମ୍ଭ କରିଛି ।

କେନ୍ୟୁଜ୍(ବ୍ୟୁରୋ): ରୋହିତ ଶର୍ମାଙ୍କୁ ହରାଇଲେ ବିରାଟ କୋହଲି । ମୁମ୍ବାଇ ଇଣ୍ଡିଆନ୍ସକୁ ୮ ଓ୍ଵିକେଟରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ଅଭିଯାନ ଆରମ୍ଭ କରିଛି । ୧୭୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆରସିବି ୨୨ ବଲ ପୂର୍ବରୁ ୨ ଓ୍ଵିକେଟ ହରାଇ ମ୍ୟାଚ ଜିତି ନେଇଛି । ବିରାଟ କୋହଲି ୪୯ ବଲରେ ଅପରାଜିତ ୮୨ ରନ କରିଥିଲେ । ଅଧିନାୟକ ଫାଫ ଡୁପ୍ଲେସିସ୍ ୪୩ ବଲରେ ୭୩ ରନ କରିଥିଲେ ।
ଦୁହିଁଙ୍କ ମଧ୍ୟରେ ୧୪୮ ରନର ବିରାଟ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ ହରାଇ ୧୭୧ ରନ କରିଥିଲା । ଦଳ ପକ୍ଷରୁ ତିଲକ ବର୍ମା ଅପରାଜିତ ୮୪ ରନ କରିଥିଲେ । ଅନ୍ୟ କୌଣସି ଖେଳାଳି ଆରସିବି ବୋଲରଙ୍କୁ ସାମ୍ନା କରିପାରିନଥିଲେ । ରୋହିତ ଶର୍ମା, ଇଶାନ କିଷାନ ଓ ସୂର୍ଯ୍ୟକୁମାର ଯାଦବ ଫେଲ ମାରିଥିଲେ ।